ରାଉରକେଲା: ସମ୍ବଲପୁର-ସୁନ୍ଦରଗଡ଼-ଦେବଗଡ଼ ଡିଭିଜନର କ୍ୟାଡର ନକ୍ସଲ ପୋଗା ସୁରିନ ଓରଫ ସୁମନ ଗୁରୁବାର ରାଉରକେଲା ପୁଲିସ ଏବଂ ସିଆରପିଏଫ୍ ୧୯ ବାଟାଲିୟନ୍ ନିକଟରେ ଆତ୍ମସମର୍ପଣ କରିଛି। ସୁମନର ଘର ଝାଡ଼ଖଣ୍ଡର ଛୋଟା ନାଗରା ଥାନା ଅନ୍ତର୍ଗତ ସୋନାପି ଗାଁରେ। ସେ ୨୦୧୩ ମସିହାରେ ନକ୍ସଲ ନେତା ମିଶିର ବେସରା ନେତୃତ୍ୱରେ ସଙ୍ଗଠନରେ ଯୋଗ ଦେଇଥିଲା। ସେ ଅନେକ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ରହିଥିଲା। ଶେଷରେ ସଙ୍ଗଠନର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସୁମନ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।
Popular Categories



