www.samajalive.in
Thursday, December 11, 2025
23.1 C
Bhubaneswar

ବଲାଙ୍ଗୀରରେ ହୁଗୁଳା ଟ୍ରାଫିକ ବ୍ୟବସ୍ଥା : ଭଙ୍ଗା ପୋଷ୍ଟରେ ଟ୍ରାଫିକ ପୁଲିସ, କଟକଣା ମାନୁଛି କିଏ!

ବଲାଙ୍ଗୀର : ବଲାଙ୍ଗୀରରେ ହୁଗୁଲା ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ଭଙ୍ଗା ଟ୍ରାଫିକ ପୋଷ୍ଟ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଗୋଟିଏ ପଟେ ଟ୍ରାଫିକ ନିୟମକୁ ଟ୍ରକ ମାଳିକ ମାନେ ଖୋଲାଖୋଲି ଉଲଂଘନ କରୁଥିବା ବେଳେ ଅନ୍ୟପଟେ ଭଙ୍ଗା ଟ୍ରାଫିକ ପୋଷ୍ଟରେ ଚାଲିଛି ଟ୍ରାଫିକ ବ୍ୟବସ୍ଥା। ଏହିଭଳି କିଛି ଦୃଶ୍ୟ ଗତ କିଛି ଦିନ ଭିତରେ ଦେଖିବାକୁ ମିଲିଥିବା ବେଳେ ଏହା ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି।

ବଲାଙ୍ଗୀର- ସୋନପୁର ରାସ୍ତାରେ ରହିଛି ଏକ ଟ୍ରାଫିକ ପୋଷ୍ଟ। ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଉକ୍ତ ଛକରେ ଏକ ଅସ୍ଥାୟୀ ଟ୍ରାଫିକ ବ୍ୟବସ୍ଥା କରି ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ଅସ୍ଥାୟୀ ଟ୍ରାଫିକ ପୋଷ୍ଟରେ ପୁଲିସ ମାନଙ୍କ ପାଇଁ କୌଣସି ଛାଉଣୀ ବ୍ୟବସ୍ଥା କରାଯାଇ ନ ଥିବା ବେଳେ ବିଭିନ୍ନ ସମୟରେ ଏହି ପୋଷ୍ଟରେ ନିୟମ ଉଲଂଘନ କରାଯାଉଥିବା ଦେଖିବାକୁ ମିଲିଛି। ନିୟମିତ ଭାବେ ଏହି ରାସ୍ତାରେ ବଡ ବଡ ଟ୍ରକ ସବୁ ଯାତାୟାତ ହେଉଥିବା ଦେଖିବାକୁ ମିଲିଥାଏ। ସହର ଭିତରେ ୬ଚକ ବିଶିଷ୍ଟ ଟ୍ରକକୁ ଛାଡିଦେଲେ ଅନ୍ୟ ଟ୍ରକ ଚଳାଚଳ ପ୍ରତି କଟକଣା ଲଗାଯାଇଥିବା ବେଳେ ଏହାକୁ ଖୋଲା ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ କଟକଣା ଲଗାଯାଇଥିବା ସମୟରେ ଏହି ବଡ ବଡ ଟ୍ରକ ସହର ଭିତରକୁ ପ୍ରବେଶ କରୁଥିବା ବେଳେ ଏହାକୁ ନେଇ ସହରବାସୀ ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ଦୁର୍ଘଟଣା ଏଡାଇବା ପାଇଁ ସହର ଭିତରେ ଏହି ଟ୍ରକ ଗୁଡିକର ଚଳପ୍ରଚଳ କୁ ନେଇ କଟକଣା ଲଗାଇଥିବା ବେଳେ ଏହାର ଖୋଲା ଉଲଂଘନ ଏବେ ସହରର ହୁଗୁଳା ଟ୍ରାଫିକ ବ୍ୟବସ୍ଥାର ଏକ ବଡ ଉଦାହରଣ ବୋଲି ଅଭିଯୋଗ ହୋଇଛି।

- Advertisement -

ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଠାରେ ବହୁ ବର୍ଷ ଆଗରୁ ଟ୍ରାଫିକ ବ୍ୟବସ୍ଥା ରହିଛି। ଗତ ବର୍ଷକ ପୂର୍ବରୁ ଏହି ଛକର ଟ୍ରାଫିକ ବ୍ୟବସ୍ଥାକୁ ଡିଜିଟାଲାଇଜେସନ କରାଯାଇଥିଲା। ଅର୍ଥାତ ଅଟୋମେଟିକ ଟ୍ରାଫିକ ଲାଇଟ ଲଗାଇଯାଇଥିବା ବେଳେ ନିୟମକୁ କଡାକଡି କରାଯାଇଥିଲା। କିନ୍ତୁ ଗତ କିଛି ଦିନ ତଳେ ଏହି ଛକରେ ଏକ ଟ୍ରକ ଅଟୋମେଟିକ ଟ୍ରାଫିକ ଲାଇଟ ଖୁଣ୍ଟକୁ ଧକ୍କା ଦେଇଥିବା ବେଳେ ତାହା ଆଜି ପର୍ୟ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଝୁଲିରହିଛି। ସେହିଦିନ ଠାରୁ ଅଟୋମେଟିକ ଟ୍ରାଫିକ ବ୍ୟବସ୍ଥା ବନ୍ଦ ପଡିଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଜୁଲୁଥିବା ଏହି ଖୁଣ୍ଟ କେତେବେଳେ କାହା ଉପରେ ପଡିବ ତାହା କହିବା ମୁସ୍କିଳ। ସେହିପରି ବୁଧବାର ଏହି ଛକରେ ଥିବା ଟ୍ରାଫିକ ପୋଷ୍ଟ ଭଙ୍ଗା ଅବସ୍ଥାରେ ଦେଖିବାକୁ ମିଲିଥିଲା। ଟ୍ରାଫିକ ପୁଲିସ ଜଣକ ଏହି ଭଙ୍ଗା ପୋଷ୍ଟରେ ଠିଆ ହୋଇ ପରିଚାଳନା କରୁଥିବା ବେଳେ କୌଣସି ଏକ ଗାଡି ଧକ୍କାରେ ତାହା ଭାଙ୍ଗିଯାଇଥିବା ସନ୍ଦେହ କରୁଥିବା ଡ୍ୟୁଟିରେ ଥିବା କର୍ମଚାରୀ ମାନେ କହିଥିଲେ। ତେବେ ସହରର ଥିବା ତିନି ମୁଖ୍ୟ ଟ୍ରାଫିକ ଛକରେ ଟ୍ରାଫିକ ପୋଷ୍ଟ ଗୁଡିକ ଭଳଭାବରେ ତିଆରି କରାଯାଉନଥିବାରୁ ବିଭିନ୍ନ ସମୟରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଲିଥାଏ। ଦିନ ଦିନ ଧରି ଭଙ୍ଗାପୋଷ୍ଟରେ ଟ୍ରାଫିକ ପୁଲିସ ମାନେ ଡ୍ୟୁଟି କରୁଥିବା ଦେଖିବାକୁ ମିଲିଥାଏ। ତେବେ ଏହି ସବୁ ଦିଗ ପ୍ରତି ଜିଲା ପୁଲିସ ଧ୍ୟାନ ଦେଇ ଟ୍ରାଫିକ ନିୟମକୁ କଡାକଡି, କଟକଣାକୁ କଡାକଡି କରିବା ସହିର ପୋଷ୍ଟ ଗୁଡିକ ସ୍ଥାୟୀ ଭାବେ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories