www.samajalive.in
Sunday, December 14, 2025
26.1 C
Bhubaneswar

ପୁଣି ଅଡ଼ୁଆରେ ମାୟାବତୀ

ଲକ୍ଷେ୍ନø: ଲକ୍ଷେ୍ନø ସ୍ଥିତ ୬, ଲାଲବାହାଦୂର ଶାସ୍ତ୍ରୀ ମାର୍ଗରେ ମାୟାବତୀଙ୍କୁ କିଭଳି ସରକାରୀ ବଙ୍ଗଳା ଦିଆଯାଇଥିଲା ତାହାର ତଦନ୍ତ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୧ରେ ମାୟାବତୀଙ୍କୁ ଏହି ବଙ୍ଗଳା ଦିଆଯାଇଥିଲା। ଉତ୍ତରପ୍ରଦେଶ ସରକାରଙ୍କୁ ମାୟାବତୀ ଆବେଦନ ପତ୍ର ପଠାଇବାର ୬ ଦିନ ପରେ ଏହି ତଦନ୍ତ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଘର ଛାଡ଼ିବା ପାଇଁ ମାୟାବତୀଙ୍କୁ ଉତ୍ତରପ୍ରଦେଶ ସରକାର ନିର୍ଦେଶ ଦେଇଥିଲେ। ଏହାର ଉତ୍ତରରେ ମାୟାବତୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ୬, ଏଲବିଏସ୍‍ ମାର୍ଗରେ ଥିବା ସରକାର ବଙ୍ଗଳା ଦିଆଯାଇଥିଲା। କିନ୍ତୁ ଏବେ ତାଙ୍କୁ ୧୩- ଏ ମଲ୍‍ ଆଭେନ୍ୟୁ ଖାଲି କରିବା ପାଇଁ ନିର୍ଦେଶ ଦିଆଯାଇଛି। ସେଠାରେ କାନ୍‍ସୀ ରାମ୍‍ଙ୍କ ସ୍ମାରକୀ ରହିଛି। ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ ଉପରୋକ୍ତ ଦୁଇଟି ଯାକ ସରକାରୀ କ୍ୱାର୍ଟର୍ସ ଦେବା ପାଇଁ ଜାରି କରାଯାଇଥିବା ଦୁଇଟି ଚିଠିରେ ସମାନ ନମ୍ବର ରହିଛି। ଏହାପରେ ମାୟାବତୀଙ୍କୁ କିପରି ସେହି କ୍ୱାର୍ଟର୍ସ ମିଳିଲା ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories