www.samajalive.in
Saturday, December 13, 2025
26.1 C
Bhubaneswar

ଧାମରାର ମିନି ଷ୍ଟାଡିୟମ ଫଳକରେ ସିମିତ,୨୨ ମାସ ପରେ ମଧ୍ୟ ଆରମ୍ଭ ହୋଇପାରୁନି କାର୍ଯ୍ୟ

ଧାମରା: ଧାମରା ଅର୍ନ୍ତଗତ କରଞମାଳ ପଞ୍ଚାୟତରେ ମିନିଷ୍ଟାଡିୟମ ନିର୍ମାଣ ପାଇଁ ସରକାରୀ ସ୍ତରରେ ନିଷ୍ପତି ହେବା ସହ ୧୮ ମାର୍ଚ ୨୦୧୮ ତାରିଖରେ ଏହାର ଶୁଭଦିଆ ଯାଇଥିଲା।ପ୍ରାଥମିକ ଭାବରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ କ୍ଷେତ୍ରୀୟ ତଦନ୍ତ କରି କରଞମାଳ ପଞ୍ଚାୟତରେ ଥିବା ବଜରାପୁର ଗ୍ରାମରେ ଏକ ସ୍ଥାନ ଚୟନ କରିଥିଲେ। ମାତ୍ର ସେହି ଜମିର ର କିସମ ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଦୃଷ୍ଟିରୁ ତାହାକୁ ଚୟନ ନକରି ଫେରି ଯାଇଥିଲେ। ଏହି ପଞ୍ଚାୟତରେ ଖୁବ ଶୀଘ୍ର ଏକ ଷ୍ଟାଡିୟମ ହେବା ଜରୁରୀ ହୋଇଥିବା ବେଳେ ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉତଥାପନ କରାଯାଇଥିଲା। ପୁନଶ୍ଚ ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଆସି କରଞମାଳ ପଞ୍ଚାୟତରେ ବଜରାପୁର ଠାରେ ଥିବା ଖାତା ନଂ- ୬୩,ପ୍ଲଟ ନଂ-୧୭୫ରେ ଥିବା ଏ୦୬.୧୨ ଜାଗା, କିସମ ଉନ୍ନତ ଯୋଜନା ଯୋଗ୍ୟ ହୋଇଥିବାରୁ ଏହାକୁ ଚୟନ କରିଥିଲେ।

- Advertisement -

ପରେ ମାର୍ଚ ୧୮ ୨୦୧୮ରେ ଏହି ମିନି ଷ୍ଟାଡିୟମ ଶୁଭ ଉଦଘାଟନ ସମୟରେ ତତକାଳିନ ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ,ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଭଦ୍ରକ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣରେ ଧାମରା ଅଞ୍ଚଳ ଏକ ଅବହେଳିତ ଅଞ୍ଚଳ ଭାବରେ ମାନ୍ୟତା ପାଇଥିବା ବେଳେ ତାହାର ଭୌଗୋଳିକ ପରିସ୍ଥିତିକୁ ସୁଧାରିବାକୁ ରାଜ୍ୟ ସରକାରଙ୍କ ଏହା ଏକ ପ୍ରୟାଶ ବୋଲି କହିବା ସହ ଏହି ଅଞ୍ଚଳରେ ବହୁ ପ୍ରତିଭାବାନ କ୍ରୀଡା ନୈପୁଣ୍ୟ ବ୍ୟକ୍ତି ମାନଙ୍କୁ ଆଗକୁ ଯିବାର ସୁଯୋଗ ଆରମ୍ଭ ହୋଇଛି ବୋଲି କହିଥିଲେ। ମାତ୍ର ଦୀଘ ୨୨ ମାସ ପରେ ମଧ୍ୟ ଏହି ମିନିଷ୍ଟାଡିୟମ କେବଳ ଫଳକରେ ସିମୀତ ହୋଇ ରହିଯାଇଛି।ଆଜି ପର୍ୟ୍ୟନ୍ତ ଏହି ମିନି ଷ୍ଟାଡିୟମ କାର୍ୟ୍ୟଆରମ୍ଭ ହେବ ହେବ ବୋଲି ହେଉଥିଲେ ମଧ୍ୟ ତାହା ଆଜି ଯାଏ ହୋଇପାରି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମନରେ ଦ୍ବନ୍ଦ ଦେଖାଦେଇଛି। ପ୍ରକୃତରେ ମିନି ଷ୍ଟାଡିୟମ ଘୋଷଣା କଣ ସତରେ ପ୍ରତିଷ୍ଠା ହେବ ଏବଂ ସେହି ଅଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କର ବିକାଶରେ ସାହାଯ୍ୟ ହେବ ଅଥବା ଏହା ଏକ ମାୟା ମରୀଚିକା ତାହା ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories