www.samajalive.in
Thursday, December 11, 2025
13.1 C
Bhubaneswar

ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ; ହୋମଗାର୍ଡଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ

ମାଲକାନଗିରି: ମାଲକାନଗିରି ଜିଲାରେ ଗଞ୍ଜେଇ ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗଞ୍ଜେଇ ଚାଲାଣ ରୋକିବାକୁ ପଦକ୍ଷେପ ନେବାରୁ ସେମାନେ ପୁଲିସ କର୍ମଚାରୀଙ୍କୁ ବି ହତ୍ୟା କରିବା ଲାଗି ଉଦ୍ୟମ କରିବାକୁ ବି ପଛାଉ ନାହାନ୍ତି। ଏଭଳି ଏକ ଘଟଣା ମାଲକାନଗିରି ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗଞ୍ଜେଇ ଚାଲାଣ ରୋକିବାକୁ ଚେଷ୍ଟା କରୁଥିବା ଜଣେ ହୋମ୍‌ଗାର୍ଡଙ୍କୁ ଗଞ୍ଜେଇ ମାଫିଆ ଟ୍ରାକ୍ଟର ଚଢ଼ାଉ ହତ୍ୟା ଉଦ୍ୟମ କରିଛନ୍ତି। ହୋମ୍‌ଗାର୍ଡ ଜଣକ ଗୁରୁତର ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ସୋମବାର ରାତିରେ ସ୍ଥାନୀୟ ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। କାଙ୍କରପଡ଼ା ଛକରେ ପୁଲିସ ପକ୍ଷରୁ ଗାଡ଼ିମୋଟର ଅଟକାଯାଇ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ ଟ୍ରାକ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ହୋମ୍‌ଗାର୍ଡ ଟୁନା ବୈରାଗୀ ରାସ୍ତା ଉପରକୁ ଆସି ଗାଡ଼ିକୁ ଅଟକାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ଡ୍ରାଇଭର ଟ୍ରାକ୍ଟର ନ ଅଟକାଇ ଟୁନାଙ୍କ ଉପରେ ଚଢ଼ାଇ ଦେଇଥିଲା। ଟୁନା ତଳେ ପଡ଼ିଯିବା ପରେ ଡ୍ରାଇଭର ତାଙ୍କ ଅଣ୍ଟା ଉପରେ ଟ୍ରାକ୍ଟର ଚଢ଼ାଇ ଫେରାର ହେବାକୁ ଉଦ୍ୟମ କରୁଥିଲା। ସେଠାରେ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀ ଟ୍ରାକ୍ଟରକୁ ଜବତ କରିବା ସହିତ ଟୁନାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories