www.samajalive.in
Monday, December 8, 2025
24.1 C
Bhubaneswar

ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼

ବାଗଦାଦ: ଇରାକ ରାଜଧାନୀ ବାଗଦାଦସ୍ଥିତ ଆମେରିକା ଦୂତାବାସ ନିକଟରେ ପୁଣି ଥରେ ରକେଟ୍‌ ମାଡ଼ କରାଯାଇଛି। ଗୋଟିଏ ପରେ ଗୋଟିଏ ୫ଟି ରକେଟ୍‌ ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଇରାକର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କିଏ ଏହି ରକେଟ୍‌ ମାଡ଼ କରିଛି ତାହା ଜଣାପଡ଼ିନାହିଁ। କିଛିଦିନ ତଳେ ଆମେରିକା ବାଗଦାଦ ବିମାନବନ୍ଦରରେ ଇରାନର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପରଠାରୁ ଇରାନ ପକ୍ଷରୁ ଏକାଧିକ ଥର ଆମେରିକା ଦୂତାବାସ ନିକଟରେ ରକେଟ୍‌ ମାଡ଼ କରାଯାଇଛି। ଏହା ସହିତ ବାଗଦାଦରେ ଥିବା ଆମେରିକା ସେନା ଶିବିର ଉପରକୁ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କିଛିଦିନ ତଳେ ଦୂତାବାସ ନିକଟରେ ଇରାନ ପକ୍ଷରୁ ରକେଟ୍‌ ମାଡ଼ କରାଯାଇଥିଲା। କିନ୍ତୁ ଏଥର କିଏ ଆକ୍ରମଣ କରିଛି ତାହା ଜଣାପଡ଼ି ନ ଥିବାବେଳେ ଇରାନ ବି ଏ ନେଇ ମୁହଁ ଖୋଲିନାହିଁ।

ସୂଚନା ଅନୁସାରେ, ରବିବାର ରାତିରେ ରାତ୍ରିଭୋଜନ ସମୟରେ ଦୂତାବାସର କାଫେଟେରିଆ ନିକଟରେ ଏକ ରକେଟ ମାଡ଼ ହୋଇଥିଲା। ଏହା ପରେ ଅନ୍ୟ ୨ଟି ରକେଟ୍‌ କିଛି ଦୂରରେ ପଡ଼ିଥିଲା। ପରେ ପୁଣି ଆଉ ୨ଟି ରକେଟ୍‌ ଆକ୍ରମଣ କରାଯାଇଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories