www.samajalive.in
Monday, December 8, 2025
27.1 C
Bhubaneswar

ହେଲିକପ୍ଟର ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ମୃତ୍ୟୁ ହେବ ବୋଲି ୭ବର୍ଷ ତଳୁ ହୋଇଥିଲା ଭବିଷ୍ୟବାଣୀ, ଚର୍ଚ୍ଚାରେ ପୁରୁଣା ଟ୍ବିଟ୍‌

ୱାଶିଂଟନ: ମୃତ୍ୟୁ ଅନିଶ୍ଚିତ। କିଏ କେବେ ଓ କେମିତି ମୃତ୍ୟୁ ଫାଶରେ ପଡ଼ିବ ତାହା କହିବା ମୁସ୍କିଲ। କିନ୍ତୁ ଏଭଳି ଭବିଷ୍ୟବାଣୀ ଯଦି ସତ୍ୟ ହୁଏ, ତେବେ ତାହା ସମସ୍ତଙ୍କୁ ଚକ୍କିତ କରିବ ନିଶ୍ଚୟ। ଆଜି ଏମିତି ଏକ ଘଟଣା ସାରା ବିଶ୍ଵକୁ ଆଶ୍ଚର୍ଯ୍ୟାନ୍ବିତ କରାଇଛି। ଯାହାଙ୍କ ମୃତ୍ୟୁ ବିଷୟରେ ଏଠି କୁହାଯାଉଛି ସେ ଆଉ କେହି ନୁହନ୍ତି, ବିଶ୍ଵର ଜଣେ ଖ୍ୟତାନାମା ବାସ୍କେଟବଲ୍‌ ଖେଳାଳି ଭାବେ ପରିଚିତ କୋବୀ ବ୍ରାଏଣ୍ଟ। ରବିବାର ବ୍ରାଏଣ୍ଟ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତାଙ୍କ ସହିତ ତାଙ୍କ ୧୩ବର୍ଷୀୟା ଝିଅ ଓ ଅନ୍ୟ ୭ ଜଣ ବି ମୃତ୍ୟୁବରଣ କରିଛନ୍ତି। ବାଏଣ୍ଟଙ୍କ ପାଇଁ ତାଙ୍କ ମୃତ୍ୟୁ ହୁଏ ତ ଅନିଶ୍ଚିତ ଥିଲା, କିନ୍ତୁ ୭ବର୍ଷ ପୂର୍ବରୁ ଏହାର ଭବିଷ୍ୟବାଣୀ କରିଥିଲେ ଜଣେ ବ୍ୟକ୍ତି, ଯାହାଙ୍କ ଟ୍ବିଟ୍‌କୁ ନେଇ ଏବେ ସୋସିଆଲ ମିଡିଆ ଜଗତରେ ଚର୍ଚ୍ଚା ଜୋର ଧରିଛି।

ଡଟ୍‌ ନୋସୋ ନାମକ ଜଣେ ଟ୍ବିଟର ବ୍ୟବହାରକାରୀ ୨୦୧୨ରେ ବ୍ରାଏଣ୍ଟଙ୍କ ମୃତ୍ୟୁର ଭବିଷ୍ୟବାଣୀ କରିଥିଲେ। କେବଳ ମୃତ୍ୟୁ ନୁହେଁ, ସେ କିଭଳି ପ୍ରାଣ ହରାଇବେ ତାହା ବି ସେ ଟ୍ବିଟ୍‌ କରି ଉଲ୍ଲେଖ କରିଥିଲେ। ଆଜି ବ୍ରାଏଣ୍ଟଙ୍କ ମୃତ୍ୟୁ ପରେ ସେହି ଟ୍ବିଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଡଟ୍‌ ନୋସୋ ଟ୍ବିଟର ଆକାଉଣ୍ଟରେ ଉକ୍ତ ବ୍ୟବହାରକାରୀ ୨୦୧୨ରେ ଟ୍ବିଟ୍‌ କରି ଲେଖିଥିଲେ ଯେ, କୋବୀ ବ୍ରାଏଣ୍ଟ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିବେ। ୭ବର୍ଷ ପରେ ଏହି ଭବିଷ୍ୟବାଣୀ ସତ ହୋଇଥିବାରୁ ଉକ୍ତ ଟ୍ବିଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ୨୦୧୨ ନଭେମ୍ବର ୧୪ ତାରିଖରେ ଏହି ଟ୍ବିଟ୍‌ କରାଯାଇଥିଲା। ସେତେବେଳେ ବି ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ଟ୍ବିଟ୍‌ ବର୍ତ୍ତମାନ ସୋସିଆଲ ମିଡିଆ ଜଗତକୁ ଚକ୍କିତ କରିଛି।

- Advertisement -

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories