www.samajalive.in
Friday, December 12, 2025
27.1 C
Bhubaneswar

ଜେଟଲୀ,ସୁଷମା ଓ ଫର୍ଣ୍ଣାଣ୍ଡିଜଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ,୧୬ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଚଳିତ ବର୍ଷର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ  ୭ ଜଣଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଉଥିବା ​ବେଳେ ୧୬ ଜଣଙ୍କୁ ପଦ୍ମ ଭୂଷଣ ପ୍ରଦାନ ପାଇଁ ମନୋନୀତ କରାଯାଇଛି । ସେହିପରି ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି।

ଚଳିତ ବର୍ଷ  ୪ ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ। ପୂର୍ବତନ ଅର୍ଥ ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ, ପୂର୍ବତନ ବୌଦେଶିକ ବ୍ୟାପାର ମନ୍ତ୍ରୀ ସ୍ବର୍ଗତ ସୁଷମା ସ୍ବରାଜ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ ଏବଂ ଶ୍ରୀ ବିଶ୍ଵେଶତୀର୍ଥ ସ୍ଵାମୀଜୀଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ।  ସେହି ପରି ଭାରତର ବକ୍ସିଙ୍କ ରାଣୀ ମେରି କମ୍,କଳା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ଛନ୍ନୁଲାଲ ମିଶ୍ର ଓ ରାଜନେତା ଅନିରୁଦ୍ଧ ଜଗନ୍ନାଥଙ୍କୁ ପଦ୍ମ ବିଭୂଷଣ ରେ ସମ୍ମାନୀତ କରାଯିବ।

- Advertisement -

ସେହିପରି ୧୬ ଜଣ ବ୍ୟକ୍ତି ବିଷେଶଙ୍କୁ ନିଜ ନିଜ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ପଦ୍ମ ଭୂଷଣ ସମ୍ମାନୀତ କରାଯିବ। ସେମାନଙ୍କ ମଧ୍ୟରେ ପୂର୍ବତନ ରକ୍ଷାମନ୍ତ୍ରୀ ସ୍ବର୍ଗତ ମନୋହର ପାରିକର, ରାଜନେତା ନୀଳକଣ୍ଠ ରାମକ୍ରିଷ୍ଣ ମେନନ ଏବଂ ସୟଦ ମୁଆଜିମ ଅଲ୍ଲୀଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ। ସେହିପରି ଏମ.ମୁମତାଜ ଅଲ୍ଲୀ, ମୁଜାଫର ହୁସେନ ବାଗ୍, ଅଜୟ ଚର୍କବତ୍ତୀ,ମନୋଜ ଦାସ,ବାଳକୃଷ୍ଣ ଦୋଷୀ,କ୍ରିଷ୍ଣାମାଲ ଜଗନ୍ନାଥନ,ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏସ.ସି.ଜମିର, ଅନୀଲ ପ୍ରକାଶ ଜୋଷୀ, ଡ.ସେରିଂ ଲାଣ୍ଡୋଲ, ଶିଳ୍ପପତି ଆନନ୍ଦ ମହିନ୍ଦ୍ରା,ପ୍ରଫେସର ଜଗଦୀଶ ସେଠ,ପି.ଭି.ସିନ୍ଧୁ, ଶିଳ୍ପପତି ବେନୁ ଶ୍ରୀନିବାସନଙ୍କୁ ପଦ୍ମ ଭୂଷଣରେ ସମ୍ମାନୀତ କରାଯିବ।

ଚଳିତ ବର୍ଷ ୧୧୮ ଜଣଙ୍କୁ ସମ୍ମାନ ଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories