www.samajalive.in
Saturday, December 13, 2025
26.1 C
Bhubaneswar

ମନୋନୟନକାରୀ ପଦ ନିମନ୍ତେ ଅଗରକର୍‌ଙ୍କ ଆବେଦନ

ନୂଆଦିଲ୍ଲୀ : ଭାରତୀୟ ସିନିୟର ପୁରୁଷ କ୍ରିକେଟ୍ ଦଳର ଦୁଇଟି ମନୋନୟନକାରୀ ପଦ ପୂରଣ ନିମନ୍ତେ ବିସିସିଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ପୂର୍ବତନ ଭାରତୀୟ କ୍ରିକେଟର୍‌ ଅଜିତ ଅଗରକର୍‌ ଶୁକ୍ରବାର ଆବେଦନ କରିଛନ୍ତି।

୪୨ ବର୍ଷୀୟ ଅଗରକର ୨୬ଟି ଟେଷ୍ଟ, ୧୯୧ଟି ଦିନିକିଆ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ୨୮୮ଟି ୱିକେଟ୍‌ ହାସଲ କରିଥିବାରୁ ତାଙ୍କୁ ମୁଖ୍ୟ ମନୋନୟନକାରୀ ଭାବେ ନିଯୁକ୍ତ କରାଯିବା ସମ୍ଭାବନା ରହିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମନୋନୟନକାରୀ ପଦ ନିମନ୍ତେ ଆବେଦନ କରିଥିବା ଅଗରକର୍‌ ଶୁକ୍ରବାର ସାମ୍ବାଦିକଙ୍କୁ କହିଛନ୍ତି। ଅଗରକର ପୂର୍ବରୁ ମୁମ୍ବଇ ସିନିୟର ଦଳର ମୁଖ୍ୟ ମନୋନୟନକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଅଗରକରଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ତଥା ଜୁନିୟର ମନୋନୟନ କମିଟିର ପୂର୍ବତନ ମୁଖ୍ୟ ଭେଙ୍କଟେଶ ପ୍ରସାଦ ମଧ୍ୟ ସିନିୟର ମନୋନୟନକାରୀ ପଦ ନିମନ୍ତେ ଆବେଦନ କରିଥିବା ଜଣାପଡ଼ିଛି।

- Advertisement -

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଥିଲେ ପୂର୍ବରୁ ଆବେଦନ କରିଥିବା ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌ଙ୍କୁ ମୁଖ୍ୟ ମନୋୟନକାରୀ ଭାବେ ନିଯୁକ୍ତ କରାଯିବ ବୋଲି ସମସ୍ତେ ଆଶା କରିଥିଲେ। ତେବେ ଅଗରକର ଦୌଡ଼ରେ ସାମିଲ ହେବା ପରେ ସେ ମୁଖ୍ୟ ମନୋନୟନକାରୀ ଭା​‌ବେ ନିଯୁକ୍ତ ହେବା ସମ୍ଭାବନା ଅଧିକ। ୨ ମନୋନୟନକାରୀ ପଦ ନିମନ୍ତେ ବିସିସିଆଇ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ଆବେଦନର ଶେଷ ସମୟ ୨୪ ତାରିଖ ଥିଲା। ମନୋନୟନକାରୀ ପଦ ନିମନ୍ତେ ଅଜିତ ଅଗରକର (ମୁମ୍ବଇ), ଭେଙ୍କଟେଶ ପ୍ରସାଦ (କର୍ଣ୍ଣାଟକ), ଚେତନ ଶର୍ମା (ହରିୟାଣା), ନୟନ ମୋଙ୍ଗିଆ (ବରୋଦା), ଲକ୍ଷ୍ମଣ ଶିବରାମକ୍ରିଷ୍ଣନ୍‌ (ତାମିଲନାଡୁ), ରାଜେଶ ଚୌହ୍ବାନ (ମଧ୍ୟପ୍ରଦେଶ), ଅମୟ ଖୁରାସିଆ (ମଧ୍ୟପ୍ରଦେଶ), ଜ୍ଞାନେନ୍ଦ୍ର ପାଣ୍ଡେ (ଉତ୍ତରପ୍ରଦେଶ) ଓ ପ୍ରୀତମ (ବିଦର୍ଭ) ପ୍ରମୁଖ ଆବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories