www.samajalive.in
Sunday, December 14, 2025
26.1 C
Bhubaneswar

ଫାଶୀ ବିଳମ୍ବ ଲାଗି ନୂଆ କୌଶଳ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀମାନଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀରେ ପୁଣି ବିଳମ୍ବ ହେବାକୁ ଯାଉଛି। ଫାଶୀକୁ ବିଳମ୍ବ କରିବା ଲାଗି ଦୁଇ ଦୋଷୀଙ୍କ ଓକିଲ ଏ ପି ସିଂହ ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତରେ ପିଟିସନ ଦାୟର କରିଛନ୍ତି। ୪ଜଣ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ କୁମାର ସିଂହ ଓ ପୱନ ଗୁପ୍ତା ସେମାନଙ୍କର କ୍ୟୁରେଟିଭ୍ ପିଟିସନ (ପୁନର୍ବିଚାର ଆବେଦନ) କରି ନାହାନ୍ତି। ପୁନର୍ବିଚାର ଆବେଦନ ଲାଗି ଜେଲ୍ କର୍ତ୍ତୃପକ୍ଷ ଆବଶ୍ୟକ କାଗଜପତ୍ର ଦେଉ ନାହାନ୍ତି ବୋଲି ଦୋଷୀଙ୍କ ଓକିଲ ଏପି ସିଂହ ଅଦାଲତଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ଏପରି ଆବେଦନର ମୂଳ କାରଣ ହେଉଛି ଫାଶୀ ଦଣ୍ଡ କାର୍ଯ୍ୟକାରୀକୁ ବିଳମ୍ବ କରିବା। ନିକଟରେ ସୁପ୍ରିମକୋର୍ଟ ବିନୟ ଶର୍ମା ଓ ମୁକେଶ ସିଂହଙ୍କର ପୁନର୍ବିଚାର ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଅନ୍ୟ ଦୁଇ ଦୋଷୀ ପୁନର୍ବିଚାର ଆବେଦନ କରି ନ ଥିବାରୁ ଏମାନଙ୍କ ଏହି ଶେଷ ନ୍ୟାୟିକ ସୁଯୋଗ ଉପଯୋଗ କରିବାକୁ ରହିଛି। ଫଳରେ ଫେବୃଆରୀ ୧ରେ ଦୋଷୀଙ୍କୁ ଫାଶୀ ଦେବାକୁ ଅଦାଲତ ଜାରି କରିଥିବା ମୃତ୍ୟୁ ପରୱାନା ସମ୍ଭବତଃ ଘୁଞ୍ଚାଯାଇପାରେ।

ସେହିପରି ଅନ୍ୟତମ ଦୋଷୀ ବିନୟ ଶର୍ମା ମୃତ୍ୟୁଦଣ୍ଡ କାର୍ଯ୍ୟକାରୀର ଶେଷ ସୁଯୋଗ ରାଜକ୍ଷମା ଆବେଦନ କରିବାକୁ ଯାଉଛି। ବିନୟ ତାର ରାଜକ୍ଷମା ଆବେଦନ ସହିତ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ବ୍ୟକ୍ତିଗତ ଡାଏରୀ ପଠାଇବାକୁ ଚାହଁୁଛି। ଏଥିପାଇଁ ବିନୟ ଶୁକ୍ରବାର ଅଦାଲତଙ୍କ ନିକଟରେ ଆବେଦନ କରିଛି। ବିନୟ ତାର ଆବେଦନରେ ଅଦାଲତଙ୍କୁ ନିବେଦନ କରିଛି ଯେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ୧୭୦ ପୃଷ୍ଠାର ବ୍ୟକ୍ତିଗତ ଡାଏରୀକୁ ହସ୍ତାନ୍ତର ଲାଗି ନିର୍ଦେଶ ଦିଅନ୍ତୁ। ରାଜକ୍ଷମା ଆବେଦନ ସହିତ ଏହି ଡାଏରୀକୁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇବ ବୋଲି ବିନୟ କହିଛି। ନିର୍ଭୟା ଦୋଷୀଙ୍କ ମଧ୍ୟରୁ କେବଳ ମୁକେଶ ସିଂହର ରାଜକ୍ଷମା ଆବେଦନ ଅଗ୍ରାହ୍ୟ ହୋଇଛି।

- Advertisement -

ନିର୍ଭୟା ଦୋଷୀଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ ଦାୟର କରିଛନ୍ତି। ପିଟିସନରେ ସରକାର ନିବେଦନ କରିଛନ୍ତି ଯେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଉ। ସେହିପରି ଗୁରୁବାର ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡ ସମ୍ପର୍କିତ ସମୀକ୍ଷା ଆବେଦନରେ କହିଥିଲେ ଯେ ଦୋଷୀଙ୍କୁ ସେମାନଙ୍କ ଉତ୍ତମ ବ୍ୟବହାର ପାଇଁ ଦଣ୍ଡ କୋହଳ କରାଯାଇପାରିବ ନାହିଁ। ଯଦିଓ ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ନିର୍ଭୟା ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ନିଶ୍ଚିତ କରୁଛି; ତଥାପି ଏହା ଦିନକୁ ଦିନ ବିଳମ୍ବିତ ହେବାରେ ଲାଗିଛି। ଏପରିକି ୨୦୧୨ରେ ନିର୍ଭୟା କାଣ୍ଡ ଘଟିବାର ଏକବର୍ଷ ମଧ୍ୟରେ ଅଦାଲତ ମାମଲାର ଶୁଣାଣି ଶେଷ କରିଥିଲେ; ମାତ୍ର ଅଦାଲତଙ୍କ ଦ୍ବାରା ଧାର୍ଯ୍ୟ ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବାରେ ୭ବର୍ଷ ବିତି ଗଲାଣି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories