www.samajalive.in
Friday, December 12, 2025
17.1 C
Bhubaneswar

‘କେମ୍‌ ଛୋ, ଟ୍ରମ୍ପ’ ପାଇଁ ଅହମ୍ମଦାବାଦ ନା ଦିଲ୍ଲୀ

ନୂଆଦିଲ୍ଲୀ/ଅହମ୍ମଦାବାଦ : ଆମେରିକାର ଟେକ୍ସାସ୍‌ର ହଷ୍ଟନଠାରେ ଅନୁଷ୍ଠିତ ‘ହାଓଦି ମୋଦୀ’ କାର୍ଯ୍ୟକ୍ରମ ଶୈଳୀରେ ଭାରତରେ ଆୟୋଜନ ହେଉଛି ‘କେମ୍‌ ଛୋ, ଟ୍ରମ୍ପ’। ଗୁଜରାତୀ ଭାଷାରେ ‘କେମ୍‌ ଛୋ’ର ଅର୍ଥ ‘ଆପଣ କେମିତି ଅଛନ୍ତି’। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ତାଙ୍କ ସମ୍ମାନାର୍ଥେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଟ୍ରମ୍ପ ଫେବୃଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ଭାରତ ସରକାର ଏହି କାର୍ଯ୍ୟକ୍ରମକୁ ଗୁଜରାତର ଅହମ୍ମଦାବାଦରେ ଆୟୋଜନ କରିବାକୁ ଚାହୁଁଥିବାବେଳେ ଟ୍ରମ୍ପ ଏହା ରାଜଧାନୀ ଦିଲ୍ଲୀରେ ହେବା ଚାହୁଁଥିବା ଖବର ମିଳିଛି। ଟ୍ରମ୍ପ ରାଜଧାନୀ ଅଞ୍ଚଳ ବାହାରକୁ ଯିବା ପାଇଁ ଚାହୁଁ ନ ଥିବା ଆମେରିକା ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କୁ ସୂଚାଇ ଦିଆଯାଇଛି। ପୁନଶ୍ଚ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଆଗ୍ରା ତାଜମହଲ ପରିଦର୍ଶନ କରିବାକୁ ଇଚ୍ଛୁକ ଥିବାରୁ ଦିଲ୍ଲୀ ବାହାରେ କାର୍ଯ୍ୟକ୍ରମ ଅସୁବିଧା ହୋଇପାରେ।
ଭାରତ ସରକାର ଦିଲ୍ଲୀରେ ‘କେମ୍ ଛୋ, ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଗ୍ରହୀ ନାହାନ୍ତି। ହଷ୍ଟନ୍‌ରେ ୫୦ହଜାର ଦର୍ଶକ ଯୋଗ ଦେଇଥିଲେ। ଦିଲ୍ଲୀରେ ଏହି ସଂଖ୍ୟକ ଦର୍ଶକ ସଂଗ୍ରହ କରିବା କଷ୍ଟକର ହୋଇଥିବାବେଳେ ଅହମ୍ମଦାବାଦରେ ସହଜ ବୋଲି ଆୟୋଜକ ଭାବୁଛନ୍ତି। ତା’ଛଡ଼ା ସଂଶୋଧିତ ନାଗରିକତ୍ବ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ପରିସ୍ଥିତି ଭଲ ନ ଥିବାରୁ ଆ​‌ୟୋଜକ ଦିଲ୍ଲୀ ବାହାରେ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଚାହୁଁଛନ୍ତି। ଟ୍ରମ୍ପଙ୍କ ପରାମର୍ଶଦାତାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମ​‌ରେ ଆମେରିକୀୟ ମତଦାତାଙ୍କୁ ପ୍ରଭାବିତ କରିବାକୁ ଚାହୁଁଥିବାରୁ ଗୁଜରାତରେ ଏହି ଉଦ୍ଦେଶ୍ୟ ସାଧିତ ହେବା ଆଶା କମ୍‌ ବୋଲି ଭାବୁଛନ୍ତି। କାର୍ଯ୍ୟକ୍ରମ ପାଇଁ ଆମେରିକୀୟ-ଭାରତୀୟମାନେ ଆସିବାର ଥିବାରୁ ଦିଲ୍ଲୀ ସେମାନଙ୍କୁ ସୁବିଧା ହେବ ବୋଲି କୁହାଯାଉଛି।

ସୂଚନାନୁଯାୟୀ, ଏହି କାର୍ଯ୍ୟକ୍ରମ ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଆପାତତଃ ଚୂଡ଼ାନ୍ତ ହୋଇଛି। ସମ୍ପ୍ରତି ଏହି ଷ୍ଟାଡିୟମ୍‌ର ପୁନର୍ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଠାରେ ୧ଲକ୍ଷ ୧୦ହଜାର ଦର୍ଶକଙ୍କ ପାଇଁ ସ୍ଥାନ ରହିଛି। ଆମେରିକୀୟ ପ୍ରଶାସନ ଏଠାରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେଥିଯୋଗୁଁ ଏହି ପ୍ରସ୍ତାବିତ ସ୍ଥାନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଅତୀତରେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଅହମ୍ମଦାବାଦ ସ୍ବାଗତ କରିଥିବାରୁ ଟ୍ରମ୍ପଙ୍କୁ ସ୍ବାଗତ କରିବାରେ ଅସୁବିଧା ହେବ ନାହିଁ ବୋଲି ଭାରତ ଭାବୁଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories