www.samajalive.in
Friday, December 12, 2025
26.1 C
Bhubaneswar

ନଭେଲ କରୋନା ଭୂତାଣୁ ସଂକ୍ରମଣରେ ୬ ମୃତ, ୩୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଚୀନର ଉହାନ ଓ ହୁବେଇ ପ୍ରଦେଶରେ ଦେଖାଯାଇଥିବା ନଭେଲ କରୋନା ଭୂତାଣୁକୁ ନେଇ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଚୀନ ଓ ହଂକଂରୁ ଆସୁଥିବା ଭାରତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଚୀନ ଓ ହଂକଂରୁ ବିମାନ ଉଡାଣ କରୁଥିବା ଏୟାରଲାଇନ୍ସ କମ୍ପାନୀମାନଙ୍କୁ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ୧୪ଦିନ ମଧ୍ୟରେ କେଉଁକେଉଁ ସ୍ଥାନ ଗସ୍ତ କରିଛନ୍ତି ତାହା ଜଣାଇବାକୁ କହିଛନ୍ତି। ଭାରତକୁ ଆସୁଥିବା ଯାତ୍ରୀମାନେ ବିମାନରୁ ଓହ୍ଲାଇବା ପୂର୍ବରୁ ଏକ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ପଡିବ। ଫର୍ମରେ ସେମାନେ ସ୍ବାସ୍ଥ୍ୟଗତ ତଥ୍ୟ ଯେପରିକି କେବେ ସେମାନଙ୍କ ଜ୍ବର କିମ୍ବା ଥଣ୍ଡା ହୋଇଥିଲା। ୧୪ଦିନ ମଧ୍ୟରେ କେଉଁ କେଉଁ ସ୍ଥାନ ଗସ୍ତ କରିଥିଲେ ତାହା ଜଣାଇବେ।

ତଥ୍ୟ ଆଧାରରେ ଉକ୍ତ ଯାତ୍ରୀଙ୍କୁ ବିମାନ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯିବ। ବିମାନ କର୍ମଚାରୀମାନେ ଯାତ୍ରୀଙ୍କୁ ଉକ୍ତ ଫର୍ମ ପୂରଣ କରିବା ଦିଗରେ ସହାୟତା କରିବେ। ଫର୍ମ ପୂରଣ ସମ୍ପର୍କରେ ଯାତ୍ରୀମାନଙ୍କୁ ବିମାନ ମଧ୍ୟରେ ସୂଚନା ଦିଆଯିବ। ଚେନ୍ନଇ, ବେଙ୍ଗାଲୁରୁ, ହାଇଦରାବାଦ, ଦିଲ୍ଲୀ, ମୁମ୍ବଇ, କଲକାତା ଓ କୋଚିନ ବିମାନବନ୍ଦରରେ ଏପରି ସତର୍କତା ଅବଲମ୍ବନ ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିର୍ଦେଶ ଦେଇଛି। ନଭେଲ କରୋନା ଭୂତାଣୁକୁ ନିୟନ୍ତ୍ରଣ ପାଇଁ ଚୀନ ସରକାର ମଧ୍ୟ କଠୋର ପଦକ୍ଷେପ ନେଇଛନ୍ତି। ଉହାନକୁ ବାହାର ଲୋକଙ୍କ ଯିବା ଓ ଆସିବା ଉପରେ କଟକଣା ଲାଗୁ କରାଯାଇଛି। ଏହି ଭୂତାଣୁରେ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୬ଜଣଙ୍କର ମୃତ୍ୟୁ ହେଲାଣି। ଜଣେ ଭାରତୀୟ ଶିକ୍ଷୟିତ୍ରୀଙ୍କ ଠାରେ ଏହି ଭୂତାଣ ସଂକ୍ରମଣ ହୋଇଥିବା ନେଇ ମଧ୍ୟ ରିପୋର୍ଟ ମିଳିଛି। ଏହି ଭୂତାଣୁ ଏବେ ଥାଇଲାଣ୍ଡ, ଜାପାନ, ଦକ୍ଷିଣ କୋରିଆ, ତାଇୱାନ ଓ ଅଷ୍ଟ୍ରେଲିଆକୁ ବ୍ୟାପିଥିବା ଜଣାଯାଇଛି। ଏହି ଜନିତ ରୋଗ ନିମୋନିଆର ଏକ ରହସ୍ୟମୟ ରୂପ ଓ ଅତ୍ୟନ୍ତ ମାରାତ୍ମକ ବୋଲି ଚିକିତ୍ସା ବିଜ୍ଞାନୀମାନେ ମତ ଦେଉଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories