www.samajalive.in
Saturday, December 13, 2025
14.1 C
Bhubaneswar

ଟାର୍ଗେଟରେ ବ୍ୟବସାୟୀ : ଏଆରଟେଲ ଡିଷ୍ଟ୍ରିବୁଟରଙ୍କୁ ବନ୍ଧୁକ ଦେଖାଇ ୬ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ସାମଗ୍ରୀ ଲୁଟ

ବଲାଙ୍ଗୀର : ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ଟିକ୍ରାପଡା ଠାରେ ଥିବା ଏଆରଟେଲ ଡିଷ୍ଟ୍ରିବୁଟରଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଲକ୍ଷାଧିକ ନଗଦ ଟଙ୍କା ସହ ମୋବାଇଲ, ସୁନାଚେନ ଲୁଟ ହୋଇଥିବା ବ୍ୟବସାୟୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଟାଉନ ଥାନା ପକ୍ଷରୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ,  ବଲାଙ୍ଗୀର ସହରର ଜଣେ ଜଣାଶୁଣା ବ୍ୟବସାୟିକ ଅନୁଷ୍ଠାନ ହେଉଛି ରାଜ ସପ୍ଲାୟର୍ସ। ଏହି ବ୍ୟବସାୟୀ ଜଣକ ବଲାଙ୍ଗୀରରେ ଏଆରଟେଲ କମ୍ପାନୀର ପ୍ରିପେଡ, ପୋଷ୍ଟପେଡ, ଏଆରଟେଲ ଡିଜିଟାଲର ସମସ୍ତ କାର୍ଯ୍ୟ ବୁଝିଥାନ୍ତି। ଉକ୍ତ ବ୍ୟବସାୟିକ ଅନୁଷ୍ଠାନଟି ଅନିଲ କୁମାର ମିଶ୍ରଙ୍କ ହୋଇଥିବା ବେଳେ ଏହି କମ୍ପାନୀ କାରବାର ତାଙ୍କ ଭାଇ ସୁନୀଲ କୁମାର ମିଶ୍ର ବୁଝିଥାନ୍ତି। ସୋମବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ଆସି ସୁନିଲଙ୍କୁ ଏଆରଟେଲ ସିମ ମାଗିଥିଲେ। କିନ୍ତୁ ଦୋକାନ ବନ୍ଦ ହୋଇଥିବା କହି ସୁନୀଲ ସେମାନଙ୍କୁ ଫେରାଇ ଦେଇଥିଲେ। ଏହାର କିଛି ସମୟ ପରେ ଦୁଇ ଜଣ ଯୁବକ ଦୋକାନ ଭିତରକୁ ପଶିଥିଲେ। ଓ ଆଉ ଦୁଇ ଜଣ ଯୁବକ ବାହାର ପଟୁ ଦୋକାନ ସଟର ବନ୍ଦ କରିଦେଇଥିଲେ। ଭିତରେ ସୁନୀଲଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାଉଣ୍ଟରରେ ଥିବା ପ୍ରାୟ ସାଢେ ୩ ଲକ୍ଷ ଟଙ୍କା, ପ୍ରାୟ ଅଢେଇ ଲକ୍ଷ ଟଙ୍କାର ମୋବାଇଲ, ଦୋକାନରେ ଥିବା ଆଉ ଜଣେ କର୍ମଚାରୀଙ୍କ ସୁନାଚେନ, ମୁଦି, ମନିପର୍ସ ସହ ପଚାଶ ହଜାର ଟଙ୍କା ଲୁଟି ଫେରାର ମାରିଥିଲେ। ଉକ୍ତ ବିଷୟରେ ପୁଲିସ କୁ ଜଣାଇଲେ ଜୀବନରୁ ମାରିଦେବା ସହ ପରିବାର ଲୋକଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିବା ସୁନୀଲଙ୍କ ଭାଇ ଅନିଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ତେବେ ଦୋକାନରେ ସିସିଟିଭି ଲାଗିଥିବା ବେଳେ ସୁନୀଲକୁ ମାଡ ମାରି ହାର୍ଡଡିକ୍ସ ମଧ୍ୟ ସାଙ୍ଗରେ ନେଇ ଚାଲିଯାଇଥିବା ସୂଚନା ମିଲିଛି। ସୋମବାର ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ଏନେଇ ମଙ୍ଗଳବାର ସକାଳୁ ଥାନାରେ ବ୍ୟବସାୟୀ ଜଣକ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ନିକଟରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ସେହିପରି ସଦର ଏସଡିପିଓ ଶ୍ରୀମନ୍ତ ବାରିକ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ଖୁବଶୀଘ୍ର ପୁଲିସ ମାମଲାର ସମାଧାନ କରିବ ବୋଲି ସୂଚନା ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories