www.samajalive.in
Wednesday, December 10, 2025
18.1 C
Bhubaneswar

ଟିପୁ ଜୟନ୍ତୀ ଉପରେ ବ୍ୟାନ – ପୁନର୍ବିଚାର ପାଇଁ କର୍ଣ୍ଣାଟକ ସରକାରଙ୍କୁ ୨ ମାସ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଟିପୁ ଜୟନ୍ତୀ ପାଳନ ନେଇ ରାଜ୍ୟ ସରକାର ଜାରି କରିଥିବା ପ୍ରତିବନ୍ଧକ ଉପରେ ପୁନର୍ବିଚାର କରିବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କର୍ଣ୍ଣାଟକ ସରକାରଙ୍କୁ ହାଇକୋର୍ଟ ୨ ମାସ ସମୟ ଦେଇଛନ୍ତି। ୧୮ଶ ଶତାବ୍ଦୀର ମହୀଶୂର ରାଜା ଟିପୁ ସୁଲତାନଙ୍କ ରାଜ୍ୟ ସ୍ତରୀୟ ଜନ୍ମ ଜୟନ୍ତୀ ପାଳନ ଉପରେ କର୍ଣ୍ଣାଟକ ସରକାର ପ୍ରତିବନ୍ଧକ ଜାରି ନେଇ ହାଇକୋର୍ଟ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଅଭୟ ଏସ. ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ବ୍ୟାନ ନିଷ୍ପତ୍ତିକୁ ରଦ୍ଦ କରିବା ନେଇ ଜନସ୍ୱାର୍ଥ ମାମଲା ରୁଜ୍ଜୁ ହୋଇଛି। ବେଙ୍ଗାଲୁରୁ ସ୍ଥିତ ଟିପୁ ସୁଲତାନ ୟୁନାଇଟେଡ଼ ଫ୍ରଣ୍ଟ ଓ ଟିପୁ ରାଷ୍ଟ୍ରୀୟ ସେବା ସଂଘର ସତ୍ଵାଧିକାରୀ ପରିଚୟ ଦେଇ ବିଲାଲ ଅଲ୍ଲୀ ଶାହ ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ, ସରକାରୀ ଓକିଲ କନ୍ନଡ଼ ସଂସ୍କୃତି ବିଭାଗର ଏକ ରିପୋର୍ଟ ଦାଖଲ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories