www.samajalive.in
Saturday, December 13, 2025
21.1 C
Bhubaneswar

ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି

ଭୁବନେଶ୍ବର: ଦୀର୍ଘ ଦିନର କସରତ ପରେ ରାଜ୍ୟ ବିଜେପିର ସଭାପତି ଚୟନ ପକ୍ରିୟା ଶେଷ ହୋଇଛି । ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା। ଗୁରୁବାର ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପକ୍ରିୟାରେ ସମୀର ମହାନ୍ତି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ବିଜେପି ସଭାପତି ଥିବା ସାଂସଦ ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଗତ ଡିସେମ୍ବର ମାସରୁ ଶେଷ ହୋଇଥିଲା। ଏହା ପରଠୁ ରାଜ୍ୟ  ବିଜେପି ସଭାପତି ଚୟନ ନେଇ ପକ୍ରିୟା ଆରମ୍ଭ ହୋଇଥିଲା। କିଏ ରାଜ୍ୟ ବିଜେପି ସଭାପତି ପଦରେ ବସିବ ତାକୁ ନେଇ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରର ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସୁକତା ଦେଖିବାକୁ ମିଳିଥିଲା। ସମୀର ନିର୍ବାଚିତ ହେବା ପରେ ଦୀର୍ଘ ୧୬ ବର୍ଷ ପରେ ବିଜେପି ରାଜ୍ୟ ନେତୃତ୍ଵ ଉପକୂଳ ଅଞ୍ଚଳର ଜଣେ ନେତାଙ୍କ ହାତକୁ ଆସିଛି। ବର୍ତ୍ତମାନ ସୁଦ୍ଧା ଏହା ପଶ୍ଚିମ ଓଡ଼ିଶା ଖାତାରେ ଯାଉଥିଲା। ଜୁଏଲ ଓରାମ, କେ.ବି. ସିଂହଦେଓ, ବସନ୍ତ ପଣ୍ଡା ପ୍ରମୁଖ ବରିଷ୍ଠ ନେତା ରାଜ୍ୟ ବିଜେପିର ନେତୃତ୍ଵ ନେଇଆସୁଥିଲେ।

- Advertisement -

ତେବେ ସଭାପତି ଚୟନ ଲାଗି ନିର୍ବାଚନ କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ସମସ୍ତଙ୍କ ସହମତି ଭିତ୍ତିରେ ସମୀର ମହାନ୍ତିଙ୍କ ନାମ ଚୟନ ହୋଇଥିଲା। ଏହା ପରେ ସମୀର ନାମାଙ୍କନପତ୍ର ଦାଖଲ କରିଥିଲେ। ପର୍ଯ୍ୟବେକ୍ଷକ ରୂପେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ରାଜୀବ ପ୍ରତାପ ରୁଡ୍ଡୀ, ଓଡ଼ିଶା ପ୍ରଭାରୀ  ତଥା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ ଥିଲେ। ସମୀରଙ୍କୁ ରାଜ୍ୟର ସମସ୍ତ ୩୪ଟି ନଗର ଏବଂ ଜିଲା କମିଟିର ଅଧ୍ୟକ୍ଷ ସହିତ ଓଡ଼ିଶା ଷ୍ଟେଟ୍‌ କାଉନସିଲର ସମର୍ଥନ ମିଳିଥିଲା। ଏହା ପୂର୍ବରୁ ସମୀର ବିଜେପିର ଓଡ଼ିଶା ଉପାଧ୍ୟକ୍ଷ ଥିଲେ। ବିଜେପିର ରାଜ୍ୟ ଅଧ୍ୟକ୍ଷ ସହିତ ୨୫୭୫୯ ବୁଥ୍‌ କମିଟି, ୮୫୦ ମଣ୍ଡଳ ଏବଂ ୩୪ ଜିଲା ନଗର ସଂଗଠନର ନିର୍ବାଚନ ଶେଷ ହୋଇଛି।

କୁହାଯାଉଛି ଯେ, ସମୀର ମହାନ୍ତି ସଂଘ ପରିବାରର ଜଣେ ମୂଳ କାର୍ଯ୍ୟକର୍ତ୍ତା। ସଭାପତି ପଦ ପାଇଁ ତାଙ୍କ ନାମ ଆସିରେ ସମସ୍ତଙ୍କର ସହମତି ରହିଥିଲା। ସମୀର ଧର୍ମେନ୍ଦ୍ରଙ୍କ ଘନିଷ୍ଠ ଭାବେ ଜଣାଶୁଣା। ସରକାରୀ ଚାକିରି ଛାଡ଼ି ସେ ରାଜନୀତିକୁ ଆସିଥିଲେ। ଦୀର୍ଘ ୧୬ ପରେ ଉପକୂଳ ଜିଲାର କୌଣସି ନେତା ବିଜେପିର ମଙ୍ଗ ଧରିଛନ୍ତି। ପୂର୍ବରୁ ୨୦୦୪ରେ ଭଦ୍ରକ ଜିଲାର ମନମୋହନ ସାମଲ ରାଜ୍ୟ ଅଧ୍ୟକ୍ଷ ଥିଲେ। ଏଥର ବି ସେ ଏହି ପଦବୀ ପାଇଁ ଦାବିଦାର ଥିଲେ। ୨୦୧୬ରୁ ସାମଲ ଦଳର ଉପାଧ୍ୟକ୍ଷ ରହିଆସିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories