www.samajalive.in
Sunday, December 14, 2025
26.1 C
Bhubaneswar

ବ୍ଲକସ୍ତରୀୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ଶିବିର

ବେଲପଡ଼ା : ବଲାଙ୍ଗୀର ଜିଲା ବେଲପଡା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ବୈକୁଣ୍ଠ ଶବରକଙ୍କ ଅଧ୍ୟକ୍ଷତାରେ ଓଲଟପୁରରୁ ଅକୋପେସେନାଲ୍‍ ଥେରାପିଷ୍ଟ ଡାକ୍ତର ରଞ୍ଜିତା ପଣ୍ଡା, ରେଡିଓଲୋଜିଷ୍ଟ ଓ ସ୍ପିଚ୍‍ଥେରାପିକ ଡାକ୍ତର ଶୁଭଶ୍ରୀ ମିଶ୍ର, ଅମିତ ମିଶ୍ର ଓ ସୁରେନ୍ଦ୍ର ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ ଚତୁର୍ଭୁଜ ମିର୍ଦ୍ଧା ଓ ଜଗବନ୍ଧୁ ମାଝୀ ଉପସ୍ଥିତ ଥିଲେ।

ଏହି ଶିବିରରେ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବାବେଳେ ୧୯୦ ଜଣଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଛି। ଚିହ୍ନଟ ଛାତ୍ରଛାତ୍ରୀଙ୍କୁ ଖୁବଶୀଘ୍ର ଆବଶ୍ୟକୀୟ ସହାୟକ ଯନ୍ତ୍ର ଯୋଗାଇ ଦେବା ପାଇଁ ନାମ ପଞ୍ଜିକୃତ କରାଯାଇଛି। ଦିବ୍ୟାଙ୍ଗ ବିଭାଗର ମୁଖ୍ୟ ଆର୍‍ପି ରାମପ୍ରସାଦ ମହାଲିଙ୍ଗ, ଆଇ.ଇ.ଭି ସଦସ୍ୟ ପାଣ୍ଡବ ତାଣ୍ଡି, ଅରବିନ୍ଦ ପାଣିଗ୍ରାହୀ, ଆଶୁତୋଷ ଠାକୁର, ହରାବତୀ ପଧାନ, ଟିକେଶ୍ୱରୀ ମିର୍ଦ୍ଧା ସହଯୋଗ କରିଥିବାବେଳେ ଯୁବାରାଜ ବିଭାର ସଭାକୁ ପରିଚାଳନା କରିଥିଲେ।

- Advertisement -

 

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories