www.samajalive.in
Friday, December 12, 2025
27.1 C
Bhubaneswar

ଟ୍ରାକ୍ଟର ଓଲଟି ବାପ ପୁଅ ମୃତ

କଲ୍ୟାଣସିଂହପୁର : ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଜ.କାତିପାଡୁ ଛକଠାରେ ମଙ୍ଗଳବାର ଟ୍ରାକ୍ଟର ଇଞ୍ଜିନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଟ୍ରାକ୍ଟରେ ବସିଥିବା ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି। ବାପାଙ୍କ ନାମ ଜନାର୍ଦ୍ଦାନ ଓ ପୁଅ ତିଲେଶ୍ବର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାପ ଓ ପୁଅ ଅପରାହ୍ନରେ ବୁଡାଗୁଡା ଠାରୁ ନିଜ ଗ୍ରାମ ବିଲୁଣ୍ଡାକୁ ଟ୍ରାକ୍ଟର ଇଞ୍ଜିନ ନେଇ ଯାଉଥିବା ସମୟରେ ଜ.କାତିପାଡ଼ୁ ଛକ ଠାରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଟ୍ରାକ୍ଟଟରରେ ବସିଥିବା ବାପା ଜନାର୍ଦ୍ଦାନ ଓ ପୁଅ ତିଲେଶ୍ବରଙ୍କ ଉପରେ ଟ୍ରାକ୍ଟରଟି ମାଡିଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ବପାଙ୍କ ମୃତ୍ୟୁ ହୋଇଥିବାବେଳେ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାୟଗଡା ଜିଲା ଚିକିତ୍ସାଳୟକୁ ନେବାସମୟରେ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories