www.samajalive.in
Thursday, December 11, 2025
13.1 C
Bhubaneswar

ଟିଣ୍ଡର୍ ଆପ୍‌ରୁ ଡେଟିଂ ମାମଲାରେ ନୂଆ ଟ୍ୱିଷ୍ଟ; ଝିଅକୁ ପୁଲିସ ଛାଡିଦେବାରୁ ତାତିଲେ ପୁଅର ମା

ଭୁବନେଶ୍ବର: ଟିଣ୍ଡର ଆପ୍ ଘଟଣାରେ ନୂଆ ଟୁଇଷ୍ଟ। ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିବା ବ୍ୟାଙ୍କ ଅଧିକାରୀଙ୍କ ମା ଆଜି ପୁଅ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ପୁଅର ଅଭିଯୋଗ ଭିତ୍ତିରେ ଝିଅର ଗିରଫ ଦାବି କରି ଥାନା ଆଗରେ ଧାରଣା ଦେଇଛନ୍ତି । ଏଥିସହ ଆପ୍ ଜରିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ଏବଂ ଏହାପରେ ସହମତିଭିତ୍ତିକ ସଂପର୍କକୁ ଦୁଷ୍କର୍ମର ରୂପ ଦିଆଯାଇଥିବା ଅଭିଯୋଗ କରିଛନ୍ତି ପୁଅର ମା।

- Advertisement -

ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଗିରଫ ବ୍ୟାଙ୍କ ଅଧିକାରୀଙ୍କ ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ପୁଅର ମାଙ୍କ ଦାବି ଯଦି ଯୁବତୀ ଜଣଙ୍କ ଦୁଷ୍କର୍ମ ଅଭିଯୋଗ ଭିତ୍ତିରେ ତାଙ୍କ ପୁଅ ସୁନୀଲ ଯଦି ଜେଲ୍ ଯାଉଛନ୍ତି, ତେବେ ସର୍ବପ୍ରଥମେ ତାଙ୍କ ପୁଅ ସୁନୀଲ ସଂପୃକ୍ତ ଯୁବତୀଙ୍କ ବିରୋଧରେ ଆଣିଥିବା ବ୍ଲାକମେଲିଂ, ଅପହରଣ, ଅର୍ଥ ହଡପ ଭଳି ସଂଙ୍ଗୀନ ଅଭିଯୋଗରେ କଣପାଇଁ ଯୁବତୀ ଗିରଫ ହେବେନି? ଏପରିକି ସମାନ ଅଭିଯୋଗରେ ଯୁବତୀଙ୍କ ଅନ୍ୟ ପୁରୁଷ ସହଯୋଗୀ ଗିରଫ ହୋଇଥିଲା ବେଳେ ଯୁବତୀଙ୍କୁ ୪୧ ସିଆରପିସିରେ କିଭଳି ଛଡ଼ାଗଲା ? ସହମତିରେ ସଂପର୍କ ପରେ ଦୁଷ୍କର୍ମ ହେଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ସୁନୀଲଙ୍କ ମା। ପୁଅର ଅଭିଯୋଗ ଭିତ୍ତିରେ ଉକ୍ତ ଯୁବତୀଙ୍କୁ ଗିରଫ କରା ନ ଗଲେ ଥାନା ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସହ ୪ଜଣଙ୍କୁ କୋର୍ଟଚାଲାଣ କରିଛି କମିଶନରେଟ ପୁଲିସ୍। ତେବେ ପୁଲିସ କହିଛି ତଥ୍ୟ ପ୍ରମାଣ ଆଧାରରେ ପଦକ୍ଷେପ ନିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories