www.samajalive.in
Friday, December 12, 2025
27.1 C
Bhubaneswar

୧୨୦ ପ୍ରାଦେଶିକ ସେନା ପକ୍ଷରୁ ପୂର୍ବତନ ସୈନିକ ଦିବସ ପାଳିତ

ଭୁବନେଶ୍ୱର: ଉଭୟ ଯୁଦ୍ଧ ଓ ଶାନ୍ତି ସମୟରେ ପୂର୍ବତନ ସୈନିକମାନଙ୍କର ଦେଶପାଇଁ ସେବା ଓ ବଳିଦାନକୁ ମନେ ପକାଇବା ପାଇଁ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା) ଭୁବନେଶ୍ୱର ପ୍ରାଙ୍ଗଣରେ ୧୪ ଜାନୁଆରୀ ୨୦୨୦ ଦିନ ଚତୁର୍ଥ ପୂର୍ବତନ ସୈନିକ ଦିବସ ପାଳନ କରାଯାଇଥିଲା। ଏହି ସମାରୋହରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ସର୍ବପ୍ରଥମେ ସହିଦ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ହାରାହାରି ୧୦୦୦ ଭୂତପୂର୍ବ ସୈନିକ ଉପସ୍ଥିତ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ, ୧୯୬୫ ଏବଂ ୧୯୭୧ ମସିହା ଯୁଦ୍ଧରେ ଯୋଗଦେଇଥିବା ୯୮ ବର୍ଷ ବୟସ୍କ ଭାଇସ ଆଡମିରାଲ ଏସ ଏଚ ଶର୍ମା, ପିଭିଏସଏମ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅବସରପ୍ରାପ୍ତ ବ୍ରିଗେଡିୟର ବିପି ପଟ୍ଟନାୟକ ତାଙ୍କ ସ୍ୱାଗତ ଭାଷଣରେ ଓଡ଼ିଶାର ଉନ୍ନତି ପାଇଁ ଅବସରପ୍ରାପ୍ତ ସୈନିକମାନଙ୍କର ଯୋଗଦାନକୁ ସ୍ମରଣ କରିଥିଲେ। ସେ ତାଙ୍କ ଭାଷଣରେ ଭୂତପୂର୍ବ ସୈନିକମାନଙ୍କର ବିଭିନ୍ନ କ୍ଷେତ୍ରରେ କାର୍ୟ୍ୟଦକ୍ଷତା ଓ ଅନୁଭୂତି କିପରି ଏହି ପ୍ରଦେଶ ଓ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିନିଯୋଗ କରାଯାଇ ପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରିଥିଲେ। ଏହି ଦିବସରେ ସମସ୍ତ ସୈନିକ ଓ ଭୂତପୂର୍ବ ସୈନିକଙ୍କୁ ଶୁଭେଚ୍ଛା ଜଣଇବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ଅବସର ପରେ ଲାଗି ରହିଥିବା ସମସ୍ୟାର ଆଶୁସମାଧାନ ଲାଗି ବିଭିନ୍ନ ପ୍ରକାରର କକ୍ଷ ଯଥା ଭୂତପୂର୍ବ ସୈନିକ ସ୍ୱାସ୍ଥ୍ୟ ସଂଗଠନ, ବେତନ ବିଭାଗ, ବିଭିନ୍ନ ରେଜିମେଂଟର ଅଭିଲେଖ କାର୍ୟ୍ୟାଳୟ ଜିଲ୍ଲା ସୈନିକ ବୋର୍ଡ ଖୋଲାଯାଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ମତ୍ସ୍ୟ ଓ ପଶୁପାଳନ ଏବଂ ଆଧୁନିକ ପ୍ରଣାଳୀରେ କିପରି ଜୈବିକ କୃଷିର ଉନ୍ନତି କରାଯାଇପାରିବ ସେ ବିଷୟରେ ଭୂତପୂର୍ବ ସୈନିକମାନଙ୍କୁ ବିସ୍ତୃତ ରୂପେ କୁହାଯାଇଥିଲା। ଛତିଶଗଡ଼ ଓଡ଼ିଶା ସେନାଧ୍ୟକ୍ଷ ବ୍ରିଗେଡିୟର ଏସଏସ ଧଡ଼ୱାଲ, ଲେଫ୍ଟନାଂଟ ଜେନେରାଲ ଏନପି ପାଢ଼ୀ, ଏଭିଏସଏମ, ଭିଏସଏମ, ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ପିଭିଏସଏମ, ଏଭିଏସଏମ, ଭିଏସଏମ, ଏୟାର ମାର୍ଶାଲ ଜେଏନ ବର୍ମା ଭିଏସଏମ ଏବଂ କର୍ଣ୍ଣେଲ ଏଚଏସ ମହାପାତ୍ର ପ୍ରମୁଖ ଏହି ସମାରୋହରେ ଉପସ୍ଥିତ ଥିଲେ। ସମାରୋହ ସୁଚାରୁରୂପେ ସମ୍ପନ୍ନ ହୋଇଥିବାରୁ ୧୨୦ ପ୍ରାଦେଶିକ ସେନାର କମାଣ ଅଧିକାରୀ କର୍ଣ୍ଣୋଲ ଦେବଦତ ସ୍ୱାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories