www.samajalive.in
Wednesday, December 10, 2025
26.1 C
Bhubaneswar

ଭାତର-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ୩୦ ଓଭର ଶେଷ ସୁଦ୍ଧା ଭାରତ ୧୪୭-୩

ମୁମ୍ବଇ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ଭାରତ ବ୍ୟାଟିଂ ଆରମ୍ଭ କରିଛି। ୩୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ମନ୍ଥର ଗତିରେ ବ୍ୟାଟିଂ କରି ତାର ବହୁମୂଲ୍ୟ ତିନୋଟି ୱିକେଟ ହରାଇ ମାତ୍ର ୧୪୭ରନ ସଂଗ୍ରହ କରିଛି। ବର୍ତ୍ତମାନ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ୍ ଆୟର ବ୍ୟାଟିଂ ଜାରି ରଖିଛନ୍ତି।

ଦୁଇ ଓପନର ଶିଖର ଧାୱନ ଏବଂ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମେ ହିଟମ୍ୟାନ୍ ରୋହିତ ମାତ୍ର ୧୦ରନ କରି ଆଉଟ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା କେଏଲ ରାହୁଲ ଧାୱନଙ୍କ ସହ ମିସି ଉତ୍ତମ ପାର୍ଟନରସିପ କରି ଆସିଲା ବେଳକୁ ରାହୁଲ ୬୧ବଲରେ ୪୭ରନ କରି ଆଉଟ ହୋଇଯାଇଥିଲେ। ଏବଂ ପ​ରେ ଧାୱନ ଅର୍ଦ୍ଧଶତକ କରିବା ପରେ ମଧ୍ୟ ଶତକ କରିବାରେ ଅସମର୍ଥ ହୋଇଥିଲେ। ସେ ୯୧ବଲରେ ୭୪ରନ କରି ଆଉଟ ହୋଇଯାଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories