ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢିବା ପାଇଁ ହେଲେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ଯଦିଓ ପୂର୍ବରୁ ଏହି ବ୍ୟବସ୍ଥା ଥିଲା, ତାହା କଡାକଡି ଭାବେ ଲାଗୁ ହୋଇନଥିଲା। ପ୍ରଥମ ବର୍ଷର ପରୀକ୍ଷାରେ ୩୩% ପ୍ରତିଶତ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେବେ। ପରୀକ୍ଷାରେ ପାସ ହେବାକୁ ଛାତ୍ରଛାତ୍ରୀଙ୍କୁ ଦୁଇଟି ସୁଯୋଗ ଦିଆଯିବ। ପ୍ରଥମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ୨୯ରେ ଶେଷ ହେବ। ଏଥିରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଥରେ ମେ ମାସର ଶେଷ ସପ୍ତାହରେ ପରୀକ୍ଷା ହେବ। ଶିକ୍ଷାର ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
+୨ରେ ଦ୍ବିତୀୟ ବର୍ଷ ପଢିବା ପାଇଁ ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ
Popular Categories



