www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଶ୍ରୀକ୍ଷେତ୍ରରେ କଳଙ୍କ; ମହିଳା ପର୍ଯ୍ୟଟକଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ପୁଣି ଏକ ଦୁଷ୍କର୍ମ ଅଭିଯୋଗ ଆସିଛି। ମହାରାଷ୍ଟ୍ରରରୁ ପୁରୀ ବୁଲିବାକୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁରୀ ରେଳ ଷ୍ଟେସନ ନିକଟରୁ କିଛି ସ୍ବେଚ୍ଛାସେବୀ କର୍ମୀ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଦର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ପୀଡିତା ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୫ରୁ ୩୦ ବର୍ଷିୟ ଜଣେ ଯୁବତୀ ମହାରାଷ୍ଟ୍ରରୁ ଟ୍ରେନ୍ ଯୋଗେ ପୁରୀ ଆସିଥିଲେ। ପୁରୀ ଷ୍ଟେସନରେ ପହଞ୍ଚିବା ପରେ କିଛି ଯୁବକ ତାଙ୍କୁ ଡାକି ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଜଣଙ୍କ ଅଭିଯୋଗରେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories