www.samajalive.in
Thursday, December 11, 2025
16.1 C
Bhubaneswar

ଜାନୁଆରୀ ୧୭ରେ ଉତ୍‌କ୍ଷେପଣ ହେବ ଜିସାଟ୍-୩୦: ବଢିବ ଇଣ୍ଟରନେଟ୍‌ ସ୍ପିଡ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ୧୭ ଜାନୁଆରୀରେ ଦେଶର ସବୁଠୁ ଶକ୍ତିଶାଳୀ ସଞ୍ଚାର ଉପଗ୍ରହ ଜିସାଟ୍-୩୦ ଉତ୍‌କ୍ଷେପଣ କରିବ। ଫ୍ରେଞ୍ଚ୍ ଗୁଏନାର କୋରୋଉ ଲଞ୍ଚପ୍ୟାଡ୍‌ରୁ ୟୁରୋପିଆନ୍ ହେଭି ରକେଟ୍ ଏରିୟନ୍-୫ଇସିଏ ଦ୍ୱାରା ଏହାକୁ ଭାରତୀୟ ସମୟ ରାତି ୨ଟା ୩୫ ମିନିଟରେ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ଉପଗ୍ରହ ଉତ୍‌କ୍ଷେପଣ ହେବା ପରେ ଦେଶରେ ସଞ୍ଚାର ତଥା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ ହେବ। ଏହା ସାହାଯ୍ୟରେ ନୂଆ ଇଣ୍ଟରନେଟ୍‌ ଟେକ୍ନୋଲୋଜି ଆସିବ ଓ ସାରା ଦେଶରେ ମୋବାଇଲ୍‌ ନେଟୱର୍କ ଉପଲବ୍ଧ ହେବ। ଏହା ସହିତ ଇଣ୍ଟରନେଟ୍‌ ସ୍ପିଡ୍‌ ମଧ୍ୟ ବଢିବ।
ଜିସାଟ୍-୩୦ର ଓଜନ ପ୍ରାୟ ୩୧ଶହ କିଲୋଗ୍ରାମ୍ ରହିଛି। ଇନସାଟ୍ ଉପଗ୍ରହ ସ୍ଥାନରେ କାର୍ୟ୍ୟ କରିବ। ଉତ୍‌କ୍ଷେପଣ ହେବା ପରେ ଏହା ୧୫ ବର୍ଷ ପର୍ଯ୍ୟନ୍ତ ପୃଥିବୀ ଉପରେ ଭାରତ ପାଇଁ କାମ କରିବ। ଏହା ଦେଶର ସଞ୍ଚାର ପ୍ରଣାଳୀ, ଟେଲିଭିଜନ ପ୍ରସାରଣ, ସାଟେଲାଇଟ୍‌ ଜରିଆରେ ସମାଚାର ପରିଚାଳନା, ପାଣିପାଗ ସୂଚନା ଆଦି କାର୍ଯ୍ୟରେ ବହୁତ ସହାୟକ ହେବ। ସମ୍ପ୍ରତି ମହାକାଶରେ ଜିସାଟ୍ ସିରିଜ୍‌ର ୧୪ଟି ଉପଗ୍ରହ କାର୍ଯ୍ୟ କରୁଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories