www.samajalive.in
Saturday, December 13, 2025
14.1 C
Bhubaneswar

ସଙ୍କଷ୍ଟୀ ଚତୁର୍ଥୀର ମହତ୍ତ୍ବ ଓ ପୂଜା ବିଧି

ସଙ୍କଷ୍ଟୀ ଚତୁର୍ଥୀ ହିନ୍ଦୁଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ କୌଣସି ଶୁଭକାର୍ୟ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରାଯାଏ। ଅନ୍ୟ ଦେବାଦେବୀଙ୍କ ମଧ୍ୟରୁ ଭଗବାନ ଗଣେଶଙ୍କୁ ପୂଜନୀୟ ବୋଲି କୁହାଯାଇଛି। ତେଣୁ ଯେକୌଣସି ପୂଜା ଓ ହୋମ ବା ଯଜ୍ଞ ପୂର୍ବରୁ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ। ତାଙ୍କୁ ବୁଦ୍ଧିବାନ ଓ ବିବେକର ଦେବତା କୁହାଯାଏ। ଭଗବାନ ଗଣେଶ ଭକ୍ତଙ୍କ ସମସ୍ତ ବାଧା ବିଘ୍ନ ଦୂର କରିଥାନ୍ତି। ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ଓ ବିଘ୍ନହର୍ତ୍ତା ବୋଲି କୁହାଯାଏ। ସେହିପରି ସଙ୍କଷ୍ଟୀ ଚତୁର୍ଥୀର ଅର୍ଥ ସଙ୍କଟ ଦୂର କରୁଥିବା ଚତୁର୍ଥୀ। ଏହି ଚତୁର୍ଥୀ ବ୍ରତ କରିବା ଦ୍ବାର ଜୀବନର ସବୁ କଷ୍ଟ ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି ।
କେବେ ସଙ୍କଷ୍ଟୀ ଚତୁର୍ଥୀ
ମାଘ ମାସରେ ପଡୁଥିବା ଚତୁର୍ଥୀକୁ ସଙ୍କଷ୍ଟୀ ଚତୁର୍ଥୀ ଭାବେ ପାଳନ କରାଯାଏ। ଚଳିତ ମାସ ୧୩ ତାରିଖ ହେଉଛି ସଙ୍କଷ୍ଟୀ ଚତୁର୍ଥୀ ବ୍ରତ। ଏହି ଦିନ ଭଗବାନ ଗଣେଶଙ୍କ ଆରାଧନା କରିବା ଦ୍ବାରା ବିଶେଷ ବରଦାନ ପ୍ରାପ୍ତି ହୋଇଥାଏ। ଏହା ସହ ସ୍ବାସ୍ଥ୍ୟଗତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଥାଏ। ତେଣୁ ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରିବା ଲାଭଦାୟକ ଅଟେ।
ପୂଜାର ବିଧି
ସଙ୍କଷ୍ଟୀ ଚତୁର୍ଥୀରେ ସୂର୍ୟ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ ସାରି ହାଲୁକା ନାଲି ଏବଂ ହଳଦିଆ ରଙ୍ଗର ପରିଷ୍କାର ପୋଷାକ ଧାରଣ କରନ୍ତୁ ।
ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଏକ ନାଲି କପଡା ଉପରେ ସ୍ଥାପନା କରନ୍ତୁ ।
ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରନ୍ତୁ ।
ଭଗବାନ ଗଣେଶଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ ଏବଂ ଗୋଲାପ ଫୁଲ ଚଢାନ୍ତୁ ।
ଏହା ସହ ଗଣେଶ ଭଗବାନଙ୍କୁ ୨୭ଟି ଦୁବ ଅର୍ପଣ କରନ୍ତୁ । ଲଡ୍ଡୁ ଭୋଗ ଲଗାନ୍ତୁ ।
ଶ୍ରଦ୍ଧା ଓ ଭକ୍ତିରେ ପୂଜା କରିବା ସହ ଭଗବାନ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ ।
ଏପରି କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହୁଏ ବୋଲି ବିଶ୍ବାସ ରହିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories