www.samajalive.in
Friday, December 12, 2025
23.1 C
Bhubaneswar

ଜଙ୍କ୍ ଫୁଡ୍‌ ଖାଇଲେ କ’ଣ କରିବେ..

ଅଧିକାଂଶ ଲୋକଙ୍କ ମତରେ ବର୍ତ୍ତମାନ ଏକବିଂଶ ଶତାବ୍ଦୀ ନୁହେଁ, ବରଂ ଏହା ସ୍ମାର୍ଟଫୋନ୍‌‌ର ଯୁଗ। ଯନ୍ତ୍ରର ଏଇ ଭିଡ଼ରେ ଆମେ ନିଜ ପାରମ୍ପରିକ ଖାଦ୍ୟପାନୀୟକୁ ଭୁଲି ଫାଷ୍ଟଫୁଡ୍‌ ମୋହରେ ବାନ୍ଧିହୋଇଛେ କହିଲେ ଭୁଲ ହେବନି। ନିକଟରେ ଆମେରିକୀୟ ଗବେଷକଦଳ ୧୧ ମାସ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍ ଖାଇ ଆମେ କେତେ ସମୟ କସରତ କଲେ ସ୍ବାସ୍ଥ୍ୟ ଉପରେ ସେଭଳି କୁପ୍ରଭାବ ପଡ଼ିବନାହିଁ।

– ଚକୋଲେଟ୍ ଅଳ୍ପ ପରିମାଣରେ କଦବା କ୍ବଚିତ୍ ଖାଇଲେ ସେଭଳି ହାନିକାରକ ନୁହେଁ। ହେଲେ ନିୟମିତ ଭାବେ ଆପଣ ଏହା ଖାଇଲେ ଓଜନ ମାତ୍ରାଧିକ ବଢ଼ିବା ସହ ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଯଦି ଗୋଟିଏ ଡାର୍କ ଚକୋଲେଟ୍ ଖାଉଛନ୍ତି, ତେବେ ଅତିକମ୍‌‌ରେ ଆପଣ ୪୨ ମିନିଟ୍ ଦୌଡ଼ିବେ କିମ୍ବା ୨୨ ମିନିଟ୍ ଚାଲିବେ। ଚକୋଲେଟ୍ ଖାଇବାର ୨-୩ ଘଣ୍ଟା ମଧ୍ୟରେ ଏହା କରିବା ଉଚିତ, ନଚେତ୍ ଆପଣଙ୍କ ଶରୀରରେ ଚର୍ବି ଜମାହେବ। ଚକୋଲେଟ୍‌ରେ ୨୨୯ କ୍ୟାଲୋରି ଥାଏ।
– ୨୬୫ କ୍ୟାଲୋରିଯୁକ୍ତ ମଫିନ୍ ଖାଇଲେ ଆପଣ ୪୮ ମିନିଟ୍ ଚାଲିବେ ନଚେତ୍ ୨୫ ମିନିଟ୍‌୍ ଦୌଡ଼ିବେ। ମଫିନ୍‌ ଇଂଲଣ୍ଡର ଏକ ଲୋକପ୍ରିୟ ଜଳଖିଆ ହୋଇଥିବାବେଳେ ଆଜିକାଲି ସେଠାରେ ‘ସୁଗାର-ଫ୍ରି ମଫିନ୍’ ମିଳୁଛି।
– ଆଳୁ ଚିପ୍ସ ପ୍ୟାକେଟ୍ ପିଲାଙ୍କର ଖୁବ୍ ପ୍ରିୟ। ଗୋଟିଏ ପ୍ୟାକେଟ୍ ଚିପ୍ସରେ ୧୭୧ କ୍ୟାଲୋରି ଥିବାବେଳେ ଏହା ଖାଇଲେ ପିଲା ଓ ବୟସ୍କ ସମସ୍ତଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଆଳୁଚିପ୍ସ ଖାଇଲେ ୩୧ ମିନିଟ୍ ଚାଲିବେ କିମ୍ବା ୧୬ ମିନିଟ୍ ଦୌଡ଼ିବେ।
-ମୃଦୁପାନୀୟ ବୋତଲରେ ୧୩୮ କ୍ୟାଲୋରି ଥାଏ। ଏସବୁ ନିୟମିତ ପିଇଲେ ହୃଦ୍‌‌ରୋଗ, ମଧୁମେହ ରୋଗ ହେବାର ଆଶଙ୍କା ସର୍ବାଧିକ। ଏହା ପିଇଲେ ୨୬ ମିନିଟ୍ ଚାଲିବା ଉଚିତ ନଚେତ୍ ୧୩ ମିନିଟ୍ ଦୌଡ଼ିବାକୁ ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories