www.samajalive.in
Friday, December 12, 2025
23.1 C
Bhubaneswar

ଶୀତରେ ସୁସ୍ଥତା ନିମନ୍ତେ ଖାଦ୍ୟ

ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରାନ୍ତରେ ଶୀତ ଲହରି ଅନୁଭୂତ ହେଉଛି। ଏଭଳି ପାଗରେ ଥଣ୍ଡା, ସର୍ଦି, ଜ୍ବର, ଆଣ୍ଠୁଗଣ୍ଠି ସମସ୍ୟା ହେବା ଏକ ସ୍ବାଭାବିକ କଥା। ବିଶେଷଜ୍ଞଙ୍କ ମତରେ ଶରୀରକୁ ଭିତରୁ ଗରମ ରଖିବା ନିମନ୍ତେ ଆପଣଙ୍କୁ ଖାଦ୍ୟପାନୀୟ ବାବଦରେ ସତର୍କ ହେବା ସହ ଏକ ଡାଏଟ୍ ତାଲିକା ପ୍ରସ୍ତୁତ କରି ସେଇ ଅନୁସାରେ ଖାଇବା ଉଚିତ।

– ଯୁବ ପିଢ଼ି ଓ ବୟସ୍କ ବର୍ଗ ଦ୍ବିପହର ଭୋଜନରେ ବ୍ରାଉନ୍ ରାଇସ୍ ଖାଇବା ହିତକାରୀ। ଶୀତଋତୁରେ ଦୈନିକ ସକାଳୁ ଖାଲିପେଟରେ ରସୁଣ ୨ ପାଖୁଡ଼ା ଚୋବାଇ ଖାଆନ୍ତୁ। ଥଣ୍ଡା ସମସ୍ୟାରୁ ଆପଣ ରକ୍ଷା ପାଇପାରିବେ।
– ଭୋଜନ ସମୟରେ ଆପଣ କଞ୍ଚା ପିଆଜ ଖାଇବାର ଅଭ୍ୟାସ କରନ୍ତୁ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ରସୁଣ, ପିଆଜରେ ଥିବା ଏଲିସିନ୍ ତତ୍ତ୍ବ କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାର ଭଲଭାବେ ହେଉଥିବା ସହ ଶରୀର ଗରମ ମଧ୍ୟ ରହେ।
-ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ ନିଜ ଡାଏଟ୍‌ରେ ଅଖରୋଟ୍, ବାଦାମ ଭଜା, ରାଶି ଇତ୍ୟାଦି ସାମିଲ କଲେ ଲାଭ ପାଇପାରିବେ। ସକାଳବେଳା ଚା’ ପିଇବାର ଅଭ୍ୟାସ ଥିଲେ, ସେଥିରେ ୧ଚାମଚ ଅଦାରସ ମିଶାଇ ପିଇବାର ଅଭ୍ୟାସ କରନ୍ତୁ। ଏଇ ଉପାୟରେ ଆପଣଙ୍କ ଶରୀରକୁ ଶକ୍ତି ମିଳିବ।
– ଦିଲ୍ଲୀର ନାମୀ ଖାଦ୍ୟ ବିଶେଷଜ୍ଞ କବିତା ଦେବଗନ୍‌ଙ୍କ ମତରେ ବିଭିନ୍ନ ପ୍ରକାରର ଶାଗ ଖାଇବା ମଧ୍ୟ ଏଇ ଦିନେ ଭଲ। ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି।
-ଚା’, କଫି ପାନୀୟରେ ଚିନି ପରିବର୍ତ୍ତେ ମହୁର ଉଗଯୋଗ କରିପାରିବେ। ମହୁର ଔଷଧୀୟ ଗୁଣ ଆମ ସ୍ବାସ୍ଥ୍ୟକୁ ଭଲ ରଖିବାରେ ସହାୟକ ହୋଇଥାଏ।
– ରାତିବେଳା ଗରିଷ୍ଠ ଭୋଜନ କରିବା ଅନୁଚିତ। ଏଣୁ ସୁପ୍ ପିଅନ୍ତୁ, ଏଥିରେ ଅଦା, ରସୁଣ, ପିଆଜ ବ୍ୟବହାର କରନ୍ତୁ। ଏସବୁ ପରିବାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ।
– ରାତିରେ ଉଷୁମ ଖିର ୧ ଗିଲାସରେ ଚିମୁଟାଏ ହଳଦୀ ମିଶାଇ ପିଇବା ମଧ୍ୟ ଏଇଦିନେ ଖୁବ୍ ହିତକାରୀ।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories