www.samajalive.in
Monday, December 8, 2025
24.1 C
Bhubaneswar

ସିଆଚୀନ୍‍ ପରିଦର୍ଶନ କଲେ ସେନା ମୁଖ୍ୟ ଜେନେରାଲ୍‍ ନରୱଣେ

ନୂଆଦିଲ୍ଲୀ: ସେନା ବାହିନୀ ମୁଖ୍ୟ ଜେନେରାଲ୍‍ ମୁକୁନ୍ଦ ନରୱଣେ ଗୁରୁବାର ସକାଳେ ସିଆଚୀନ୍‍ ଯୁଦ୍ଧ କ୍ଷେତ୍ର ସ୍ଥିତ ମୂଳ ଘାଟିଗୁଡ଼ିକୁ ପରିଦର୍ଶନ କରିଛନ୍ତି। ସିଆଚୀନ୍‍ ଯୁଦ୍ଧକ୍ଷେତ୍ର ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ବିବେଚିତ ହୋଇଆସୁଛି। ସିଆଚୀନ୍‍ର ଆଗୁଆ ଘାଟିଗୁଡ଼ିକୁ ବୁଲି ଦେଖିବା ସମୟରେ ସେଠାରେ ଯବାନମାନେ ଯେଉଁଭଳି ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପଖୁଆଇ ଦେଶକୁ ସୁରକ୍ଷା ଦେଉଛନ୍ତି ତାହାର ସେ ଭୂୟସୀ ପ୍ରଶଂସା କରିଛନ୍ତି। ହିମାଙ୍କଠାରୁ ନିମ୍ନ ତାପମାତ୍ରାରେ ରହୁଥିବା ଯବାନମାନଙ୍କୁ ଆକାଶମାର୍ଗରୁ ଅତ୍ୟାବଶ୍ୟକ ସାମଗ୍ରୀ ପକାଯିବା ଦୃଶ୍ୟ ସେ ଦେଖିଛନ୍ତି। ପରେ ସେନାବାହିନୀ ମୁଖ୍ୟ ସିଆଚୀନ୍‍ ଯୁଦ୍ଧସ୍ମାରକୀଠାରେ ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସିଆଚୀନ୍‍ ଯୁଦ୍ଧ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସେ ସେନାବାହିନୀ ଅଫିସରମାନଙ୍କୁ ଫଳକ ପ୍ରଦାନ କରିଥିଲେ। ସେନା ବାହିନୀ ମୁଖ୍ୟ ତାଙ୍କ ଗସ୍ତ ସମୟରେ ଯବାନ ଓ ଅଫିସରମାନଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଥିଲେ। ଏହି ଅବସରରେ ସେ ଦେଶର ସୁରକ୍ଷା ପାଇଁ ସିଆଚୀନ୍‍ ସାମରିକ ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସେ କହିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories