www.samajalive.in
Monday, December 8, 2025
24.1 C
Bhubaneswar

ଅଚାନକ ଆସିଲା ମୃତ୍ୟୁ, ରାସ୍ତାରେ ଚାଲି ଚାଲି ଗଲାବେଳେ ମାଡିଗଲା ଗାଡି

ବଡ଼ସାହି: ଅଚାନକ ଆସିଲା ମୃତ୍ୟୁ । ଜାଣିନଥିଲେ ହଠାତ ସେ ଚାଲିଯିବେ ବହୁଦୂରକୁ। । ରାସ୍ତାରେ ଚାଲି ଚାଲି ଯାଉଥିଲେ ହଠାତ୍ ମାଡି ଆସିଲା ମୃତ୍ୟୁକୁ ନେଇ ଏକ ଦ୍ରୁତଗାମି ଗାଡି। ଆଉ କିଛି ଭାବିବା ଆଗରୁ ରାସ୍ତାରେ ଚାପିଦେଇ ଗଲା। ଦୁର୍ଘଟଣାର ରୂପ ଏତେଭୟାବହ ଥିଲା ଯେ ଘଟଣାସ୍ଥଳରେ ଚାଲିଗଲା ଜୀବନ। ଏମତି ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି ଉଦଳା-ବାରିପଦା ୧୯ନଂ ରାଜ୍ୟ ରାଜପଥର ବଡ଼ସାହି ଥାନା ଅଞ୍ଚଳରେ । ବଡସାହି ଥାନା ଅନ୍ତର୍ଗତ ନାଉପାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ହାତୀବନ୍ଧା ଗ୍ରାମର ଶ୍ୟାମସୁନ୍ଦର ନାଏକଙ୍କ ପୁଅ ଗଣେଶ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଅଜଣା ଗାଡି ମାଡି ଚାଲିଯାଇଥିଲା।ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଗାଡିଟି ରାସ୍ତା ଉପରେ ଗଣେଶ ମାଡି ଚାଲିଯାଇଥିଲା। ସ୍ଥାନୀୟ ଲୋକ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେବାପରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଦୁର୍ଘଟଣା ଘଟାଇଥିବା ଯାନର ପତ୍ତା ମିଳିନି ନଥିବା ଜଣାପଡିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories