www.samajalive.in
Monday, December 8, 2025
13.1 C
Bhubaneswar

ତ୍ୱଚାରେ ଚମକ ଓ ଗୋରାପଣ ପାଇଁ କ୍ଷୀରକୁ ଏହି ଉପାୟରେ କରନ୍ତୁ ବ୍ୟବହାର

ସାଧାରଣତଃ ଗୋରା ଓ କୋମଳ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ମାତ୍ର ଶୀତଦିନେ ତ୍ୱଚାର ଚମକ ଓ ଗୋରାପଣ ହ୍ରାସ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କ୍ଷୀରର ବ୍ୟବହାର କରିବା ବେଶ ଲାଭଦାୟକ। ତ୍ୱଚା ପାଇଁ କ୍ଷୀରର ବ୍ୟବହାର ବିଷୟରେ ତ ସଭିଁଙ୍କୁ ଜଣା। ମାତ୍ର ଜାଣନ୍ତୁ କିଛି ନୂଆ ଉପାୟ…..
– କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
– ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
– ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ଶୀତ ଦିନେ ଏହା ମୁହଁ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories