www.samajalive.in
Tuesday, December 9, 2025
15.1 C
Bhubaneswar

ମାଓବାଦୀଙ୍କ ବର୍ବରକାଣ୍ଡ; ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ ଗୁଳି କରି ହତ୍ୟା

ବାଲିଗୁଡ଼ା /ଦାରିଙ୍ଗବାଡ଼ି/କ.ନୂଆଗାଁ: କନ୍ଧମାଳ ଜିଲା କ.ନୂଆଗାଁ ଥାନା ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ପୁଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ରେବିଙ୍ଗିଆ ପଞ୍ଚାୟତ ମାର୍ଦୋଲ ଗ୍ରାମର ରଞ୍ଜନ ଦିଗାଳ। ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିବା ସହ ରଞ୍ଜନଙ୍କ ମୃତ ଦେହକୁ ବୁଡ୍ରୁମାହା ବିଦ୍ୟାଳୟ ସମ୍ମୁଖରେ ମାଓବାଦୀ ଛାଡି ଚାଲିଯାଇଛନ୍ତି।

ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ପୂର୍ବେ ରଞ୍ଜନ ମାଓବାଦୀଙ୍କ ଭୟରେ ନିଜ ଗ୍ରାମ ଛାଡି ଶ୍ୱଶୁର ଘରେ ନିଜ ସ୍ତ୍ରୀ ପାଖରେ ରହୁଥିଲେ। ରଞ୍ଜନଙ୍କ ସ୍ତ୍ରୀ ବୁଡ୍ରୁମାହାର ଅଙ୍ଗନୱାଡି କର୍ମୀ ମିନାକ୍ଷୀ ପ୍ରଧାନ। ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୭ ରୁ ୮ଜଣ ସଶସ୍ତ୍ର ମାଓବାଦୀ ରଞ୍ଜନ ରହୁଥିବା ଘରେ ପହଞ୍ଚିଥିଲେ। ଘରେ ରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ତାଙ୍କ ଦୁଇ ଶିଶୁ ଏବଂ ଶାଶୁ ଲିସାରା ପ୍ରଧାନ ଥିଲେ। ମାଓବାଦୀ ପହଞ୍ଚି ପ୍ରଥମେ ତାଙ୍କୁ ଡାକିଥିଲେ। ହେଲେ ଭୟରେ ଥିବା ରଞ୍ଜନ ଓ ତାଙ୍କ ପରିବାର କେହି କବାଟ ଖୋଲିନଥିଲେ।  ପରେ ମାଓବାଦୀମାନେ ଘରର କବାଟ ଭାଙ୍ଗି ଭିତରେ ପଶି ରଞ୍ଜନଙ୍କୁ ଟାଣି ଆଣି ତାଙ୍କ ଛାତିକୁ ଗୁଳି କରିବା ସହ ଘୋଷାରି ଘୋଷାରି ପ୍ରାୟ ୨୦୦ମିଟର ବିଦ୍ୟାଳୟ ସମ୍ମୁଖରେ ଛାଡି ପଳାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ବେଳେ ବୁଡ୍ରୁମାହା ସମେତ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories