www.samajalive.in
Saturday, December 13, 2025
21.1 C
Bhubaneswar

ଚୀନ୍‍, ରୁଷ ଏବଂ ଇରାନର ମିଳିତ ନୌ-ସମରାଭ୍ୟାସ

ଓମାନ : ଚୀନ୍‍, ରୁଷ ଏବଂ ଇରାନ, ଭାରତ ମହାସାଗର ଏବଂ  ଓମାନ ଉପସାଗରୀ ଅଞ୍ଚଳରେ ଶୁକ୍ରବାରଠାରୁ ତ୍ରିପାକ୍ଷୀୟ ନୌ- ସମରାଭ୍ୟାସ ଆରମ୍ଭ କରିଛନ୍ତି । ଚୀନର ପ୍ରତିରକ୍ଷା ମୁଖପାତ୍ର କୋଲ୍‍ ୟୁ କ୍ୱିନ୍‍ ବେଜିଂଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଓମାନ ଉପସାଗରୀୟ ଅଞ୍ଚଳରେ ୩୦ ତାରିଖ ପର୍ଯ୍ୟନ୍ତ ଏହି ନୌସେନା ପକ୍ଷରୁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି।

ତିନି ଦେଶର ନୌବାହିନୀ ମଧ୍ୟରେ ସଂପର୍କ ଓ ସହଯୋଗକୁ ସୁଦୃଢ଼ କରିବା, ସେମାନଙ୍କ ମଧ୍ୟରେ ଥିବା ସଦ୍ଦିଚ୍ଛାଭାବର ପ୍ରଦର୍ଶନ କରିବା ଏବଂ ମିଳିତଭାବେ ବିଶ୍ୱଶାନ୍ତି ପାଇଁ ସାମରିକ ନିରାପତ୍ତାକୁ ସୁନିଶ୍ଚିତ କରିବା ହେଉଛି ଏହି ସମରାଭ୍ୟାସର ମୂଳଲକ୍ଷ୍ୟ। ଚୀନ୍‍ ନୌବାହିନୀ ପକ୍ଷରୁ ଏକ କ୍ଷେପଣାସ୍ତ୍ର ବିଧ୍ୱଂସୀ ପୋତକୁ ଏହି ସମରାଭ୍ୟାସରେ ସାମିଲ କରାଯାଇଛି। ଓମାନର ଏହି ଉପସାଗରୀୟ ଅଞ୍ଚଳର ଉତ୍ତରଭାଗ ପାକିସ୍ଥାନ ଏବଂ ଇରାନ ସୀମାକୁ ସ୍ପର୍ଶ କରୁଥିବା ବେଳେ ଦକ୍ଷିଣରେ ଓମାନ ଏବଂ ପଶ୍ଚିମରେ ସଂଯୁକ୍ତ ଆରବ ଏମିରେଟ୍‍ସ ରହିଛି ଏବଂ ଏହା ମଧ୍ୟ ଗୁଜରାଟ ଉପକୂଳକୁ ସ୍ପର୍ଶ କରୁଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories