www.samajalive.in
Monday, December 8, 2025
24.1 C
Bhubaneswar

ଫେବୃଆରୀ ପ୍ରଥମ ସପ୍ତାହରେ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ୨୦୨୦ ମସିହାର ପ୍ରଥମ ବିଧାନସଭା ଅଧିବେଶନ। ନୂତନ ବର୍ଷର ଏହା ପ୍ରଥମ ଅଧିବେଶନ ରହିଥିବାରୁ ଭାରତୀୟ ସମ୍ବିଧାନର ଧାରା ୧୭୬ ଅନ୍ତର୍ଗତ ଉପଧାରା(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ପ୍ରଦାନ କରିବେ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ ୨୦୧୯ ବର୍ଷର ରାଜ୍ୟସରକାରଙ୍କ ସଫଳତା ଏବଂ ୨୦୨୦ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟ ବିଷୟରେ କହିବେ। ରାଜ୍ୟପାଳଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସେମାନଙ୍କ ୨୦୧୯ ବର୍ଷର  ସଫଳତା ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ରଖିଥିବା ଲକ୍ଷ୍ୟ,ନୀତି ଓ ଆଭିମୁଖ୍ୟ ସମ୍ବଳିତ ଏକ ରିପୋର୍ଟ ଦେବାକୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ୨୦୨୦ ଜାନୁଆରୀ ୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସଂସଦୀୟ ବ୍ୟାପାର ବିଭାଗର ସଚିବ ଜି.ମାଥିଭାଥନନ୍ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories