www.samajalive.in
Thursday, December 11, 2025
15.1 C
Bhubaneswar

ସିଏଏକୁ ସମର୍ଥନ : ୧୧ଶହରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ଜାରି କଲେ ବିବୃତ୍ତି,ସରକାର ଏବଂ ସଂସଦକୁ ଅଭିନନ୍ଦନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଦେଶ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ୧୧୦୦ରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ ଏକ ବିବୃତ୍ତି ଜାରି କରିଛନ୍ତି। ଏହି ବିବୃତ୍ତିରେ ସ୍ୱାକ୍ଷର କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତା, ଆଇଆଇଏମ୍‍ ସିଲଂର ଅଧ୍ୟକ୍ଷ ଶିଶିର ବାଜୋରିଆ, ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ସୁନଇନା ସିଂହ, ଜେଏନ୍‍ୟୁର
ପ୍ରଫେସର ଆଇନୁଲ୍‍ ହସନ୍‍, ବରିଷ୍ଠ ଗବେଷକ ଅଭିଜତ ଆୟାର ମିତ୍ର ଏବଂ ବିଶିଷ୍ଟ ସାମ୍ବାଦିକ କାଞ୍ଚନ ଗୁପ୍ତା। ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମ୍ମିଳିତ ବିବୃତ୍ତି ମାଧ୍ୟମରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କିଛି ଅଞ୍ଚଳରେ ଚାଲିଥିବା ସାଂପ୍ରଦାୟିକତା ଓ ଅରାଜକତାକୁ ପ୍ରୋତ୍ସାହିତ କରିବା ପ୍ରକ୍ରିୟାରେ ସାମିଲ ନ ହେବା ସହ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମାଜର ସବୁବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି।
ଏଥିଲାଗି ଦେଶର କେତେକ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖାଯାଇଥିବାରୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ବାଂଲାଦେଶ,ପାକିସ୍ଥାନ ଓ ଆଫଗାନିସ୍ଥାନରୁ ଉତ୍ପୀଡ଼ିତ ହୋଇ ଆସିଥିବା ୬ଟି ବର୍ଗର ସଂଖ୍ୟାଲଘୁ ସଂପ୍ରଦାୟକୁ ନାଗରିକତା ପ୍ରଦାନ କରିବା ସଂପର୍କରେ ଥିବା ବହୁଦିନର ଦାବି ଏହି ନାଗରିକତା ସଂଶୋଧନ ଆଇନ ଦ୍ୱାରା ପୂର୍ଣ୍ଣ ହୋଇପାରିଛି। ଏଥିଲାଗି ଏହି ବୁଦ୍ଧିଜୀବୀମାନେ କେନ୍ଦ୍ର ସରକାର ଏବଂ ଭାରତୀୟ ସଂସଦକୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories