www.samajalive.in
Thursday, December 11, 2025
16.1 C
Bhubaneswar

ସୋମବାର ପ୍ରଦାନ କରାଯିବ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ସୋମବାର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଉତ୍ସବରେ ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯିବ।

- Advertisement -

ଅନ୍ୟପକ୍ଷରେ ବଲିଉଡ଼୍‍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୁନ୍‍’ ଏବଂ ଭିକି କୌଶଲଙ୍କୁ ‘ଉରି’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯିବ। ସେହିପରି ତେଲୁଗୁ ଚଳଚ୍ଚିତ୍ର ‘ମହାନତୀ’ରେ ସାବିତ୍ରୀ ଭୂମିକାରେ ହୃଦୟସ୍ପର୍ଶୀ ଅଭିନୟ ପାଇଁ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ‘ଉରି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର୍‌ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯିବ। ଲୋକପ୍ରିୟ ତଥା ବରିଷ୍ଠ କଳାକାର ସୁରେଖା ସିକ୍ରିଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ଏବଂ ସ୍ୱନନ୍ଦ କିର୍‌କିରେଙ୍କୁ ମରାଠୀ ଚଳଚ୍ଚିତ୍ର ‘ଚୁମ୍ବକ’ ପାଇଁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ଭାବେ ପୁରସ୍କୃତ କରାଯିବ। ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡ୍‌ମ୍ୟାନ୍‍’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସାମାଜିକ ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରିବାକୁ ଚୟନ କରାଯାଇଥିବା ବେଳେ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍‍’ ଚଳଚ୍ଚିତ୍ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ ହେବ। ଭଂଶାଲୀଙ୍କୁ ମଧ୍ୟ ସେହି ଚଳଚ୍ଚିତ୍ରର ‘ଘୁମର୍‍’ ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିବ। ‘ପଦ୍ମାବତ୍‍’ ଚଳଚ୍ଚିତ୍ରର ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ଅରିଜତ୍‍ ସିଂହଙ୍କୁ ଚୟନ କରାଯାଇଥିବାବେଳେ କନ୍ନଡ଼ ଚଳଚ୍ଚିତ୍ର ‘ନଥିଚାରାମି’ ପାଇଁ ବିନ୍ଦୁମାଳିନୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ କରାଯିବ। ପରିବେଶ ସୁରକ୍ଷା ଉପରେ ଆଧାରିତ ମରାଠୀ ଚଳଚ୍ଚିତ୍ର ‘ପାଣି’କୁ ମଧ୍ୟ ପୁରସ୍କୃତ କରାଯିବ। ସେହିପରି କନ୍ନଡ଼ ଚଳଚ୍ଚିତ୍ର ‘ଓନ୍ଦାଲା ଏରାଦାଲା’କୁ ଜାତୀୟ ସଂହତି ପାଇଁ ନର୍ଗିସ ଦତ୍ତ ପୁରସ୍କାରରେ ସମ୍ମାନିତ କରାଯିବ। ନନ୍‍-ଫିଚର ଫିଲ୍ମ ବର୍ଗରେ ‘ସନ୍‍ରାଇଜ୍‍ ଏଣ୍ଡ ଦି ସିକ୍ରେଟ୍‍ ଅଫ୍‍ ଲାଇଫ୍‍ ଅଫ୍‍ ଫ୍ରଗ୍‌ସ’କୁ ପୁରସ୍କୃତ କରାଯିବ। ଉତ୍ତରାଖଣ୍ଡକୁ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁକୂଳ ରାଜ୍ୟ ଭାବେ ପୁରସ୍କୃତ କରାଯିବ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories