www.samajalive.in
Monday, December 8, 2025
13.1 C
Bhubaneswar

ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରହି ସମାଜ ଗଠନରେ ଶୀକ୍ଷାର୍ଥୀ ବ୍ରତୀ ହେବା ଉଚିତ୍‍ – ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍ୱାର୍ଥକୈନ୍ଦ୍ରିକ ତଥା ବ୍ୟକ୍ତିକୈନ୍ଦ୍ରିକ ମନୋଭାବରୁ ଉର୍ଦ୍ଧରେ ରହି ଶିକ୍ଷାକ ସମାଜ ଗଠନରେ ପ୍ରୟୋଗ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କର୍ତବ୍ୟ। ଜ୍ଞାନକୁ ନିଜଭିତରେ ସିମିତ ନ ରଖି ଦେଶ ତଥା ଜାତିର ସାମୁହିକ ବିକାଶ ନିମନ୍ତେ ଏହାର ବିତରଣ କରିବା ଆବଶ୍ୟକ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଜୁନିଅର କଲେଜରୁ ୨୦୧୯ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ +୨ ଛାତ୍ରଛାତ୍ରୀମାନଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲାପଟପ୍‍ ପ୍ରଦାନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଉଦବୋଧନ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଗୁରୁଜନଙ୍କୁ ସମ୍ମାନ ଜଣାଇ ନିଜର ସମୟର ସଦୁପଯୋଗ କରି ନିଷ୍ଠାର ସହ ନିଜର କର୍ତବ୍ୟ ସମ୍ପାଦନ କରିବା ଉଚିତ୍‍। ଏହି ଅବସରରେ ସେ ୨୦୧୩ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲାପଟପ୍‍ ବିତରଣର କାଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେବି କଲେଜ ଅଧ୍ୟକ୍ଷା ଡ.ସୁପ୍ରଭା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ ମହାବିଦ୍ୟାଳୟ ପାଇଁ ନୂତନ ଛାତ୍ରୀ ଓ ଛାତ୍ରାବାସ ନିମନ୍ତେ ସରକାର ନିଷ୍ପତି ନେଇଥିବାରୁ ସେ ସରକାରଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ମହାବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ପାଠାଗାର ଗୃହ ଓ ପ୍ରେକ୍ଷାଳୟର ଆବଶ୍ୟକତା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସହଯୋଗୀ ପ୍ରଫେସର ଡ.ତ୍ରିନାଥ ଦାସ, ଡ.ଲକ୍ଷ୍ମୀଧର ଭୋଳ,ଡ.ପାଣ୍ଡବ ପ୍ରଧାନ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଡ.ପ୍ରତିମା ଷଡଙ୍ଗୀ ବେଦପାଠ କରିଥିବାବେଳେ ଶେଷରେ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଇନ୍ଦୁ ଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଲାପଟପ ବିତରଣ ପରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଅରୁଣ କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହ ଆଲୋଚନା କରିବା ସହ କଳେଜ ଗୁଡିକରେ ଖାଲିଥିବା ପଦବୀ ଗୁଡିକ ଶୀଘ୍ର ପୁରଣ କରାଯିବ ବୋଲି ସୂଚନା ଦେଇଥିଲେ।

Hot this week

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

Related Articles

Popular Categories