www.samajalive.in
Friday, December 12, 2025
19.1 C
Bhubaneswar

‘ଦବଙ୍ଗ୍‍-୩’ ପାଇଁ ଖୁସିରେ ଆତ୍ମହରା ପ୍ରଶଂସକ: ନବବଧୂ ପରି ସଜାଇଲେ ପ୍ରେକ୍ଷାଳୟ, କଲେ ବାଇକ୍‍ ରାଲି

ମୁମ୍ବଇ: ବଲିଉଡ଼ ଭାଇଜାନ୍‍ ସଲମାନ ଖାନ୍‍ଙ୍କୁ ପ୍ରେକ୍ଷାଳୟକୁ ଜୋରଦାର ସ୍ୱାଗତ କରାଯାଉଛି। ଦୀର୍ଘଦିନ ଧରି ‘ଦବଙ୍ଗ୍‍-୩’କୁ ଅପେକ୍ଷା କରିଥିବା ତାଙ୍କ ପ୍ରଶଂସକମାନଙ୍କ ଅପେକ୍ଷାର ଅନ୍ତ ଘଟିଛି ଓ ଶୁକ୍ରବାର ଏହା ପରଦାକୁ ଆସିଛି। ପ୍ରେକ୍ଷାଳୟ ଭିତରେ ଓ ବାହାରେ ପ୍ରଶଂସକମାନଙ୍କ ପ୍ରବଳ ଭିଡ଼ ଏବଂ ହୋ ହାଲ୍ଲା ପରିଲକ୍ଷିତ ହୋଇଛି। ପ୍ରେକ୍ଷାଳୟକୁ ସେମାନେ ନବ ବଧୂ ପରି ସଜାଇଛନ୍ତି।

- Advertisement -

ଏହା ବ୍ୟତୀତ ନିଜ ପ୍ରିୟ ହିରୋ ପାଇଁ କିଛି ପ୍ରଶଂସକ ବାଇକ୍‍ ରାଲି କରୁଛନ୍ତି ତ ଆଉ କିଏ ସଡ଼କରେ ଚୁଲ୍‍ବୁଲ୍‍ ପାଣ୍ଡେଙ୍କ ପାଇଁ ଖୁସିରେ ଚିଲ୍ଲାଇ ହୋ ହାଲ୍ଲା କରୁଛନ୍ତି ଓ କେକ୍‍ ମଧ୍ୟ କାଟୁଛନ୍ତି। ସାମାଜିକ ଗଣମାଧ୍ୟମରେ ସଲମାନଙ୍କ ପ୍ରଶଂସକମାନଙ୍କ ‘ଦବଙ୍ଗ୍‍-୩’ ସେଲିବ୍ରେସନ୍‍କୁ ନେଇ ଚର୍ଚ୍ଚା ଜୋର ଧରିଛି।

ନାଗରିକତା ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବା ସତ୍ତ୍ବେ ସଲମାନଙ୍କ ପ୍ରଶଂସକଙ୍କୁ ତାହାର ଫରକ ପଡ଼ୁନାହିଁ। ସେମାନେ ବିନା କୌଣସି ଭୟରେ ଭାଇଜାନ୍‍ଙ୍କ ଚଳଚ୍ଚିତ୍ରର ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବାକୁ ଜମା ହୋଇଛନ୍ତି।

https://twitter.com/SalmanAabdi/status/1207875942074339328

ସୂଚନାଯୋଗ୍ୟ, ‘ଦବଙ୍ଗ୍‍-୩’କୁ ସମୀକ୍ଷକଙ୍କ ଭଲ ପ୍ରତିକ୍ରିିୟା ମିଳିଛି। ମାତ୍ର ଜନସାଧାରଣ ଚଳଚ୍ଚିତ୍ରକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। କାହାକୁ ‘ଦବଙ୍ଗ୍‍-୩’ ବହୁତ ଭଲ ଲାଗିଛି ତ ଆଉ କିଏ ଏହାକୁ ଫ୍ଲପ୍‍ ଓ ବିରକ୍ତିକର ବୋଲି କହିଛନ୍ତି। ତେବେ ପ୍ରଥମ ଦିନରେ ଚଳଚ୍ଚିତ୍ର ୪୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି। ଦେଖିବା ବାକି ରହିଲା ଯେ, ଜନସାଧାରଣ ଓ ସମୀକ୍ଷକଙ୍କ ପ୍ରତିକ୍ରିୟା ଚଳଚ୍ଚିତ୍ରର ବ୍ୟବସାୟ ଉପରେ କିଭଳିି ପ୍ରଭାବ ପକାଉଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories