www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟପ୍ରଦେଶ ଉପନିର୍ବାଚନରେ କଂଗ୍ରେସ ବିଜୟୀ

ଭୋପାଳ: ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କୋଲାରସ ଆସନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂହ ଯାଦବ ଶାସକ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ଜୈନଙ୍କୁ ୮ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ମଙ୍ଗୌଲି ଆସନରେ କଂଗ୍ରେସ ପ୍ରାର୍ଥୀ ବିଜେନ୍ଦ୍ର ସିଂହ ଯାଦବ ଶାସକ ବିଜେପି ପ୍ରାର୍ଥୀ ଭାଇ ସାହେବ ଯାଦବଙ୍କୁ ୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଚଳିତ ବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ଉପନିର୍ବାଚନ ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ପାଇଁ ଆହ୍ୱାନର ବିଷୟ ହୋଇଥିଲା। ତେବେ ଏହି ଦୁଇ ଆସନ ପୂର୍ବରୁ କଂଗ୍ରେସ ଅକ୍ତିଆରରେ ରହିଥିଲା। କଂଗ୍ରେସ ବିଧାୟକ ମହେନ୍ଦ୍ର ସିଂହ କାଳୁଖେଦା (ମଙ୍ଗୌଲି) ଓ ରାମ ସିଂହ ଯାଦବ (କୋଲାରସ)ଙ୍କ ମୃତ୍ୟୁ କାରଣରୁ ଏଠାରେ ଉପନିର୍ବାଚନ ହୋଇଥିଲା। ମଙ୍ଗୌଲି ଆସନ ପାଇଁ ୧୩ଜଣ ପ୍ରାର୍ଥୀ ହୋଇଥିବାବେଳେ କୋଲାରସରେ ୨୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଫେବୃଆରୀ ୨୪ରେ ଏହି ଦୁଇ ଆସନ ପାଇଁ ମତଦାନ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories