www.samajalive.in
Wednesday, December 10, 2025
26.1 C
Bhubaneswar

ସିଏଏ, ଏନଆରସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମମତା ବାନାର୍ଜୀ

କୋଲକତା: ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)କୁ ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଓହ୍ଲାଇଛନ୍ତି। ସୋମବାର ନିଜର ଦଳୀୟ କର୍ମୀଙ୍କ ସହ ମମତା କୋଲକାତାରେ ରାଲି କରିଛନ୍ତି। ଏହି ସମୟରେ ମମତା ବାନାର୍ଜୀ କହିଛନ୍ତି ଯେ, କେନ୍ଦ୍ର ସରକାର ମୋ ସରକାରକୁ ବରଖାସ୍ତା କରିବାକୁ ଚାହୁଁଛନ୍ତି, କରି ଦିଅନ୍ତୁ। କିନ୍ତୁ ରାଜ୍ୟରେ ସିଏଏ ଏବଂ ଏନଆରସି ଲାଗୁ ହେବାକୁ ଦେବି ନାହିଁ।

ଏହା ସହ ମମତା ଆହୁରି କହିଛନ୍ତି ଯେ, ଯେଉଁ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସିଏଏ ଏବଂ ଏନଆରସିକୁ ପ୍ରତ୍ୟାହାର କରି ନ ନେଇଛନ୍ତି ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ। ଆମେ ସମସ୍ତେ ନାଗରିକ ଏବଂ ଭୋଟ୍ ଦେଉଛେ, ତେବେ ନାଗରିକତା ଆଇନ କାହା ପାଇଁ ବୋଲି ମମତା ବାନାର୍ଜୀ ପ୍ରଶ୍ନ କରିଛନ୍ତି?

- Advertisement -

ଏହି ପ୍ରସଙ୍ଗରେ ଗୋଟିଏ ସମୟରେ ମୁଁ ଏକା ଥିଲି। କିନ୍ତୁ ଆଜି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଆଇନକୁ ଅନୁମତି ଦେଉନାହାନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସିଏଏକୁ ଅନୁମତି ପ୍ରଦାନ କରୁ ନ ଥିବାବେଳେ ବିହାରରେ ଏନଆରସିକୁ ମଧ୍ୟ ଅନୁମତି ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି ଯେ ସେ ସିଏଏକୁ ମଧ୍ୟ ଅନୁମତି ନ ଦିଅନ୍ତୁ। ମଧ୍ୟପ୍ରଦେଶ, ପଞ୍ଜାବ, ଛତିଶଗଡ ଏବଂ କେରଳର ଏହି ଆଇନକୁ ଅନୁମତି ମିଳିବ​‌ ନାହିଁ ବୋଲି ସେଠାକାର ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି ମମତା କହିଛନ୍ତି।

 

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories