www.samajalive.in
Thursday, December 11, 2025
13.1 C
Bhubaneswar

ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା-୨୦୧୯ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଚଳିତ ବର୍ଷ ଭୁବନେଶ୍ୱର ଠାରେ ୬୮ତମ ସର୍ବଭାରତୀୟ ହକି ପ୍ରତିଯୋଗିତା -୨୦୧୯ ଆୟୋଜନ କରାଯାଉଛି। ଏଥିପାଇଁ ରବିବାର ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତା-୨୦୧୯ର ଲୋଗୋ ଉନ୍ମୋଚିତ ହୋଇଛି। ଏହି ପ୍ରତିଯୋଗିତା ଡ଼ିସେମ୍ବର ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଦଳରୁ ଅନ୍ୟୁନ ୨୫ଟି ଦଳ ଏବଂ ପ୍ରାୟ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାସ୍କଟ ‘ଓଲି’( ଓଲି ହେଉଛି ଓଡ଼ିଶାର ବିରଳ ଅଲିଭ୍‍ ରିଡ଼ଲେ କଇଁଛ)କୁ ଏହି ପ୍ରତିଯୋଗିତାର ମାସ୍କଟ ଭାବେ ଗ୍ରହଣ କରାଯାଇଛି। ଏହି ସର୍ବଭାରତୀୟ ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କମିଟି ଗଠନ କରାଯାଇଛି।

ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରତିଯୋଗିତା ପରିଚାଳନା କମିଟିର ଅଧ୍ୟକ୍ଷ ଅଛନ୍ତି। ପୁଲିସ କମିଶନର ଡ଼ଃ ସୁଧାଂଶୁ ଷଡ଼ଙ୍ଗୀ ଓ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ  ବିନୟତୋଷ ମିଶ୍ର ପରିଚାଳନା କମିଟିର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ। ଆଇ.ଜି. ଅମିତାଭ ଠାକୁର ପ୍ରତିଯୋଗିତାର ପରିଚାଳନା କମିଟି ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରତିଯୋଗିତାର ସଫଳ ପରିଚାଳନା ପାଇଁ ବିଭିନ୍ନ କମିଟି ଯଥା ଅଭ୍ୟର୍ଥନା, ବାସ ବ୍ୟବସ୍ଥା, ଗମନାଗମନ, ସ୍ମରଣିକା ପ୍ରକାଶନ, ଅର୍ଥ, ପ୍ରଚାର ଓ ଗଣ ମାଧ୍ୟମ, ମେଡ଼ିକାଲ ଚିକିତ୍ସା ଓ ତୋପ ପରୀକ୍ଷା ଆଦି କମିଟି କରାଯାଇଛି। ଏହି ସବୁ କମିଟି ଗୁଡ଼ିକ ଦାୟିତ୍ୱରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ରଖାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଆର୍‍ . ପି. କୋଚେ, ଆଇ ଜି (ପର୍ସୋନେଲ) ସୌମେନ୍ଦ୍ର ପ୍ରିୟଦର୍ଶୀ , ଆଇ .ଜି (ଆଧୁନୀକରଣ) ରେଖା ଲୋହାନୀ, ଡ଼ି.ଆଇ.ଜି. ଜେ.ଏନ. ପଙ୍କଜ, ଅନିରୁଦ୍ଧ ସିଂହ ଓ ଡ଼ି.ସି.ପି ଭୁବନେଶ୍ୱର ଅନୁପ ସାହୁ ପ୍ରମୁଖ ବିଭିନ୍ନ କମିଟି ଦାୟିତ୍ୱରେ ଅଛନ୍ତି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ରାଜ୍ୟ ହକି ସଂଘର ସହଯୋଗ ଲୋଡ଼ାଯାଇଛି। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଥିବା କ୍ରୀଡ଼ାବିତ୍‍, କୋଚ୍‍ ଓ ଅଧିକାରୀମାନଙ୍କୁ ଭୁବନେଶ୍ୱରଠାରେ ବିଭିନ୍ନ ସ୍ଥାନରେ ରହିବାର ସୁବନ୍ଦୋବସ୍ତ କରାଯାଇଛି। ପ୍ରତିଯୋଗିତାର ସୁପରିଚାଳନା ପାଇଁ ଭୁବନେଶ୍ୱରସ୍ଥିତ ଏସଏପି ମୁଖ୍ୟକାର୍ଯ୍ୟାଳୟ ଠାରେ ଏକ ୨୪ ଘଣ୍ଟିଆ ସ୍ୱତନ୍ତ୍ର ସେଲ ରବିବାରଠାରୁ କାର୍ଯ୍ୟ ଆରମ୍ଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories