ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ

0

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଇ ୨୬ରେ ଅର୍ଥାତ ଶନିବାର ପ୍ରକାଶ ପାଇଛି। ଚଳିତ ବର୍ଷ ପାଖାପାଖି ୧୧.୮୬ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ୮୩.୦୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । ଗତ ବର୍ଷ ଠାରୁ ଏହା ବୃଦ୍ଧି ପାଇଛି । ଗତବର୍ଷ ପାସହାର ୮୨.୦୧ଥିଲା ।

୫୦୦ ମାର୍କରୁ ୪୯୯ ରଖି ମେଘନା ଶ୍ରୀବାସ୍ତବ  ସର୍ବ ଭାରତୀୟସ୍ତରରେ ପ୍ରଥମ ହୋଇଥିବା ବେଳେ ଅନୁଷ୍କା ଚନ୍ଦ୍ରା ୪୯୮ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଦୁଇ ଜଣ ଉତ୍ତର ପ୍ରଦେଶର ।

ବିଭାଗୀୟ ୱେବସାଇଟ cbseresults.nic.in ଏବଂ cbse.nic.inରେ ଫଳ ଉପଲବ୍ଧ ହେଉଛି। ଏହି ୱେବସାଇଟରେ ଲଗ ଇନ କରି ପରୀକ୍ଷା ଫଳ ଜାଣିହେବ।  ଏସ୍‍ଏମ୍‍ଏସ୍‍ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ। ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୱେବସାଇଟରେ ନିଜ ରୋଲ ନମ୍ବର, ସ୍କୁଲ କୋର୍ଡ ଏବଂ ଜନ୍ମ ତାରିଖ ରେଜିଷ୍ଟର ବା ପଞ୍ଜିକରଣ କରିବାକୁ ପଡ଼ିବ । ୱେବସାଇଟ ବ୍ୟତୀତ ଫୋନ୍‍ ମାଧ୍ୟମରେ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଜାଣିହେବ। ୫୨୦୦୧ (ଏମ୍‍ଟିଏନ୍‍ଏଲ), ୫୭୭୬୬ (ବିଏସ୍‍ଏନ୍‍ଏଲ), ୫୮୦୦୦୦୨ (ଏୟାରସେଲ), ୫୫୪୫୬୦୬୮ (ଆଇଡିଆ), ୫୪୩୨୧, ୫୧୨୩୪ ଏବଂ ୫୩୩୩୩୦୦ (ଟାଟା ଟେଲିସର୍ଭିସ), ୫୪୩୨୧୨୦୨ (ଏୟାରଟେଲ) ଏବଂ ୯୨୧୨୩୫୭୧୨୩ (ନ୍ୟାସନାଲ ଇନଫରମାଟିକ୍ସ ସେଣ୍ଟର)କୁ ଏସ୍ଏମ୍ଏସ୍ କରି ପରୀକ୍ଷା ଫଳ ଜାଣିହେବ। ପ୍ରକାଶ ଯେ ଚଳିତ ବର୍ଷ ମାର୍ଚ୍ଚ ୫ରୁ ସିବିଏସ୍‍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିଲା। ମଝିରେ ଦଶମ ଶ୍ରେଣୀ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କଥା ପଦାକୁ ଆସିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଦେଶବ୍ୟାପୀ ବିକ୍ଷୋଭ ଓ ଆନ୍ଦୋଳନ କରିଥିଲେ। ପୁଲିସ୍‍ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଓ ସିବିଏସ୍‍ଇ ପକ୍ଷରୁ ପୁନଃ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା କରାଯାଇଥିଲା।

Leave A Reply