www.samajalive.in
Monday, December 8, 2025
24.1 C
Bhubaneswar

‘ମର୍ଦ୍ଦାନୀ-୨’ ଓ ‘ଦି ବଡି’ ମଧ୍ୟରେ ଟକ୍କର: ଜାଣନ୍ତୁ ପ୍ରଥମ ଦିନରେ କିଏ କରିବ କେତେ ଆୟ?

ମୁମ୍ବଇ: ବକ୍ସଅଫିସରେ ଦୁଇଟି ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ରାଣୀ ମୁଖାର୍ଜୀଙ୍କ ‘ମର୍ଦ୍ଦାନୀ-୨’ ଏବଂ ଇମ୍ରାନ୍‍ ହାସମୀ ଓ ଋଷୀ କପୁରଙ୍କ ‘ଦି ବଡି’ ଶୁକ୍ରବାର ପରଦାକୁ ଆସିଛି। ତେବେ ପ୍ରଥମ ଦିନରେ କିଏ କେତେ ଆୟ କରିବ ସେ ନେଇ ସମୀକ୍ଷକମାନେ ଆକଳନ କରିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ-

ଦୁଇଟି ଯାକ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସୂଚନା ଅନୁସାରେ, ‘ମର୍ଦ୍ଦାନୀ-୨’ ମୁକ୍ତିଲାଭର ପ୍ରଥମ ଦିନରେ ପ୍ରାୟ ୪.୭୫ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ରର ବଜେଟ୍‍ ୨୦ କୋଟି ଟଙ୍କା ରହିଛି। ଚଳିତ ଦିନରେ ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ତେବେ ଏହି ସମୟରେ ମୁକ୍ତିଲାଭ କରିଥିବା ‘ମର୍ଦ୍ଦାନୀ-୨’କୁ ଲୋକେ ପସନ୍ଦ କରିପାରନ୍ତି ବୋଲି କୁହାଯାଉଛି। ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଗୋପୀ ପୁଥରନ ବହନ କରିଛନ୍ତି।

- Advertisement -

ଅପରପକ୍ଷରେ ‘ଦି ବଡି’ ପ୍ରଥମ ଦିନରେ ପ୍ରାୟ ୧.୨୦ କୋଟି ଟଙ୍କା ଆୟ କରିବ ବୋଲି ଆଶା ରହିଛି। ଚଳଚ୍ଚିତ୍ରର ବଜେଟ୍‍ ୩୦ କୋଟି ରହିଛି। ଚଳଚ୍ଚିତ୍ରର ଟ୍ରେଲରକୁ ଲୋକେ ଖୁବ୍‍ ପସନ୍ଦ କରିଥିଲେ। ଚଳଚ୍ଚିତ୍ରରେ ଇମ୍ରାନ୍‍ ହାସମୀ ଓ ଋଷୀ କପୁରଙ୍କ ବ୍ୟତୀତ ସୋଭିତା ଧୁଲିପାଲା, ବେଦିକା ଓ ରୁକ୍ସାର ରହମାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଜିତୁ ଜୋଶେଫ୍‍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ପୂର୍ବରୁ ବକ୍ସ ଅଫିସରେ ‘ପତି ପତ୍ନୀ ଔର୍‍ ୱୋ’ ଏବଂ ‘ପାନିପତ୍‍’ ମଧ୍ୟ ରହିଛି। ଏହି ଦୁଇ ଚଳଚ୍ଚିତ୍ର କାରଣରୁ ‘ଦି ବଡି’ ଓ ‘ମର୍ଦ୍ଦାନୀ-୨’ର ଆୟ କେତେ ପ୍ରଭାବିତ ହେଉଛି ତାହା ଦେଖିବା ବାକି ରହିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories