www.samajalive.in
Monday, December 8, 2025
24.1 C
Bhubaneswar

ଗୁରୁବାର ବିଶେଷ; ଏହି ଉପାୟ ଦୂର କରିଥାଏ ବିବାହରେ ସୃଷ୍ଟି ହେଉଥିବା ସମସ୍ୟା

ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବୃହସ୍ପତି ସମସ୍ତ ଦେବାଦେବୀଙ୍କ ଗୁରୁ ଓ ଗୁରୁବାର ଦିନ ବୃହସ୍ପତିଙ୍କୁ ସମର୍ପିତ। ଦେବ ବୃହସ୍ପତି ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଆନ୍ତି। ଜାତକରେ ଗୁରୁ ଗ୍ରହଙ୍କ ଦୋଷ କାରଣରୁ ସାଧାରଣତଃ ବିବାହ କ୍ଷେତ୍ରରେ ସମସ୍ୟା କିମ୍ବା ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ଏଭଳି ସମସ୍ୟାର ସମାଧାନ ପାଇଁ ଗୁରୁବାର ଦିନ (କନ୍ୟା ଓ ପୁରୁଷ) ଉଭୟ କିଛି ବିଶେଷ ଉପାୟ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ ଜାଣନ୍ତୁ ….
ଏହି ଦିନ ପୂଜା କାର୍ଯ୍ୟରେ ହଳଦିଆ ରଙ୍ଗର ଫୁଲ, ଚଣା ଡ଼ାଲି, ହଳଦିଆ ବସ୍ତ୍ର, ହଳଦିଆ ଚନ୍ଦନର ବ୍ୟବହାର କରନ୍ତୁ। ନିଜେ ମଧ୍ୟ ହଳଦିଆ ବସ୍ତ୍ର ଓ ଫୁଲ ଧାରଣ କରିପାରିବେ।
ଭୋଜନରେ ମଧ୍ୟ ଚଣା ଡ଼ାଲିର ପ୍ରୟୋଗ କରନ୍ତୁ। ଲୁଣ ନଖାଇବାକୁ ଚେଷ୍ଟା କରନ୍ତୁ। ଯଦି ପାରିବେ ଏହି ଦିନ ଏକ ଥର ସାତ୍ତ୍ୱିକ ଭୋଜନ ଗ୍ରହଣ କରନ୍ତୁ।
ଗୁରୁବାର ଦିନ ପୂଜାର୍ଚ୍ଚନା ପରେ ବୃହସ୍ପତି ଦେବଙ୍କ ବ୍ରତ କଥା ଶୁଣନ୍ତୁ। ଏପରି କରିବା ଦ୍ୱାରା ବୃହସ୍ପତି ପ୍ରସନ୍ନ ହେବା ସହ ମନସ୍କାମନା ପୂରଣ ହୋଇଥାଏ।
ଗୁରୁବାର ଦିନ ମହିଳାମାନେ ନିଶ୍ଚୟ ବ୍ରତ ରଖନ୍ତୁ।
ଏହିଦିନ କଦଳୀ ବୃକ୍ଷ କିମ୍ବା କଦଳୀକୁ ମଧ୍ୟ ପୂଜା କରାଯାଏ। ତେଣୁ ଏହି ଦିନ କଦଳୀ ଖାଇବା ଉଚିତ ନୁହେଁ।
ଗୁରୁବାର ଦିନ ମନ୍ଦିରରେ ଚଣାଡ଼ାଲି ଓ କେସରର ଦାନ କରନ୍ତୁ।
ଏହିଦିନ କେସର ତିଲକ ମସ୍ତକରେ ନିଶ୍ଚୟ ଲଗାନ୍ତୁ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories