www.samajalive.in
Saturday, December 13, 2025
15.1 C
Bhubaneswar

ସେସୁ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ବକେୟା ; ଜାନୁଆରୀ ୧୫ରୁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ବର : ବିଦ୍ୟୁତ୍‌ ବିଲ୍‌ ବକେୟା ପଡିଥିବା ଉପଭୋକ୍ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସେସୁ। ବକେୟା ବିଲ୍‌ ନ ଦେଲେ ସେସୁ ଉପଭୋକ୍ତାଙ୍କ ସଂଯୋଗ ଛିନ୍ନ କରିଦେବ ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୋଥ୍ରା କହିଛନ୍ତି, ସେସୁର ଲକ୍ଷାଧିକ ଉପଭୋକ୍ତାଙ୍କ ଉପରେ ୧୯୭୧ କୋଟି ଟଙ୍କାର ବକେୟା ଗତ କିଛି ବର୍ଷ ହେବ ଅନାଦାୟ ହୋଇପଡି ରହିଛି। ସେସୁର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଉପଭୋକ୍ତାଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କର ବକେୟା ବିଦ୍ୟୁତ୍ ବିଲ୍‌ ପୈଠ କରିବାକୁ ସିଇଓ ଶ୍ରୀ ବୋଥ୍ରା ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି। ଗତ ୨ ବର୍ଷ ହେବ ୧,୦୪,୦୫୯ ଉପଭୋକ୍ତା ବିଦ୍ୟୁତ୍‌ ବିଲ୍‌ ଦେଇ ନାହାନ୍ତି। ନିୟମ ଅନୁସାରେ ଖିଲାପି ଉପଭୋକ୍ତାଙ୍କୁ ଏକମାସ ସମୟ ଦିଆଯାଇଛି। ଜାନୁଆରୀ ୧୫ ତାରିଖ ପରଠାରୁ ଅଧିକ ବିଦ୍ୟୁତ୍‌ ବିଲ୍‌ ବକେୟା ରଖିଥିବା ଉପଭୋକ୍ତାଙ୍କର ସଂଯୋଗ ଛନ୍ନ କରିଦିଆଯିବ ବୋଲି ଚେତାଇ ଦେଇଛନ୍ତି।

୧୯୯୭ରେ ରାଜ୍ୟ ସରକାର ବିଦ୍ୟୁତ୍‌ କ୍ଷେତ୍ରକୁ ଘରୋଇକରଣ କରିବା ସହିତ ବିଦ୍ୟୁତ୍‌ ଆବଣ୍ଟନ ବ୍ୟବସ୍ଥାକୁ ୪ଟି ଡିଭିଜନ୍‌ରେ ବିଭକ୍ତ କରିଥିଲେ। ସେସ୍କୋ, ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ। ୨୦୦୬ରୁ ସେସ୍କୋକୁ ପରିବର୍ତ୍ତନ କରି ସେସୁ ନାମରେ ଏକ କମ୍ପାନୀ କରାଯାଇ ଏହାକୁ ସରକାର ପରିଚାଳନା କରି ଆସୁଛନ୍ତି। ସେସୁର ଜଗତସିଂହପୁର, କଟକ, ପୁରୀ, ଢ଼େଙ୍କାନାଳ, ଅନୁଗୁଳ, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ଯାଜପୁର ଏବେ ସେସୁରେ ପ୍ରାୟ ୨୭ ଲକ୍ଷ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭.୭୮ ଲକ୍ଷ ଉପଭୋକ୍ତାଙ୍କ ଖିଲାପି। ସେମାନଙ୍କ ଉପରେ ୧୫୮୧ କୋଟି ଟଙ୍କା ବକେୟା ପଡିଛି। ସେମାନଙ୍କ ମଧ୍ୟରୁ ୯୨ ପ୍ରତିଶତ ଘରୋଇ ଉପଭୋକ୍ତା। ସେମାନଙ୍କ ଉପରେ ସେସୁର ୧୦୨୩ କୋଟି ଟଙ୍କା ବକେୟା ପଡ଼ି ରହିଛି। ଗତ ୨ ବର୍ଷ ଧରି ୧.୦୪ ଲକ୍ଷ ଘରୋଇ ଖିଲାପି ଉପଭୋକ୍ତାଙ୍କ ଉପରେ ୩୯୪ କୋଟି ଟଙ୍କା ବକେୟା ବିଲ୍‌ ରହିଛି। ସେହିପରି ୫୮,୫୪୮ ଉପଭୋକ୍ତା ଯେଉଁମାନେ ୫୦,୦୦୦ ଟଙ୍କାରୁ ଅଧିକ ବିଲ୍‌ ରଖିଛନ୍ତି ତାହାର ପରିମାଣ ୬୯୧.୩୨ କୋଟି ଟଙ୍କା ହେବ ବୋଲି ସିଇଓ ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି। ବିଦ୍ୟୁତ୍‌ ଦେୟ ଖିଲାପକାରୀଙ୍କୁ ଏବେ ଏସ୍‌ଏମ୍‌ଏସ୍‌, ଚିଠି, ନୋଟିସ୍‌ ଓ ଖବରକାଗଜରେ ବିଜ୍ଞାପନ ମାଧ୍ୟମରେ ସଚେତନ କରାଯାଉଛି। ସେମାନେ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ବିଲ୍‌ ପୈଠ ନ କଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଯେଉଁ ଉପଭୋକ୍ତାଙ୍କର ବହୁ ପରିମାଣରେ ବକେୟା ରହିଛି, ସେମାନେ ଚାହିଁଲେ ଏହାକୁ କିସ୍ତି ଆକାରରେ ପୈଠ କରିପାରିବେ। ୩ଟିରୁ ୬ଟି କିସ୍ତିିରେ ସେସବୁ ପ୍ରଦାନ କରିବାକୁ ସୁଯୋଗ ଦିଆଯିବ। ୭.୧ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଲ୍‌ ବକେୟା ରହିଛି। ମାତ୍ର ୧ ପ୍ରତିଶତ ଶିଳ୍ପାନୁଷ୍ଠାନ ଉପରେ ୧୦୮ କୋଟି ଟଙ୍କା ବକେୟା ରହିଛି। ଯାହାକୁ ନେଇ ମାମଲା କୋର୍ଟର ବିଚାରାଧୀନ ରହିଛି। ତେବେ ଏସବୁକୁ ବାଦ୍‌ ଦେଲେ ବିନା ବିବାଦରେ ୧୭୦୦ କୋଟି ଟଙ୍କା ଉପଭୋକ୍ତାଙ୍କ ଉପରେ ପଡି ରହିଛି। ଏସବୁ ଅର୍ଥ ସେସୁ ଫେରି ପାଇଲେ ସାଧାରଣ ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ଏବଂ ଧାର୍ଯ୍ୟ ଭୋଲ୍‌ଟେଜ୍‌ର ବିଦ୍ୟୁତ ଯୋଗାଇ ଦେବାରେ ସେସୁ ସମର୍ଥ ହେବ ବୋଲି ଶ୍ରୀ ବୋଥ୍ରା ସୂଚନା ଦେଇଛନ୍ତି। ସେସୁର ବିଦ୍ୟୁତ୍‌ ଚୋରି ଓ ସରବରାହଜନିତ କ୍ଷତି ଏବେ ୨୮ ପ୍ରତିଶତ। ଗ୍ରାମାଞ୍ଚଳର ଏମିତି କିଛି ଅଞ୍ଚଳରେ ସେସୁର ବିଦ୍ୟୁତ୍‌ ଚୋରି ଓ ସରବରାହଜନିତ କ୍ଷତି ୮୮ ପ୍ରତିଶତ ଥିବା ସେ କହିଛନ୍ତି। ଗ୍ରାମାଞ୍ଚଳରେ ସେସୁର ବିଦ୍ୟୁତ୍‌ ଚୋରି ଓ ସରବରାହଜନିତ କ୍ଷତି ହାରାହାରି ୪୦ରୁ ୮୮ ପ୍ରତିଶତ ମଧ୍ୟରେ ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories