www.samajalive.in
Thursday, December 11, 2025
18.1 C
Bhubaneswar

ସୋସିଆଲ ମିଡିଆର କୁପ୍ରଭାବ

ଦିନକୁଦିନ ସୋସିଆଲ ମିଡିଆର ଲୋକପ୍ରିୟତା ଓ ବ୍ୟବହାରକାରୀଙ୍କ ସଂଖ୍ୟା ଉଭୟ କ୍ଷିପ୍ର ବେଗରେ ବଢ଼ିବାରେ ଲାଗିଛି। ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ବର୍ଗ ସମସ୍ତେ ଏହା ବ୍ୟବହାର କରିବାରେ ଆନନ୍ଦ ପାଉଥିବାର ଦେଖାଯାଉଛି। କିଛି ବର୍ଷ ତଳେ ଏହି ସୋସିଆଲ ମିଡିଆ କାରଣରୁ ଆତ୍ମହତ୍ୟା ତଥା କ୍ରାଇମ୍ ବଢ଼ିଥିବାବେଳେ ବର୍ତ୍ତମାନ ଏହା ଅନେକାଂଶରେ ନିୟନ୍ତ୍ରିତ ହୋଇଛି। ନିକଟରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ଅଧିକ ସମୟ ଏସବୁ ସାଇଟ୍‌ରେ ଅତିବାହିତ କଲେ ମାନସିକ ଚାପ ବଢ଼ିଥାଏ। ବୟସ୍କ ପିଢ଼ିଙ୍କ ସମୟ ଅତିବାହିତର ମୁଖ୍ୟ ସାଥି ଏଇ ସବୁ ସାଇଟ୍‌ ହୋଇଥିବାବେଳେ ଏହା କାରଣରୁ ପାରିବାରିକ ଅଶାନ୍ତି ମଧ୍ୟ ଉପୁଜିଥାଏ।
-ଯୁବପିଢ଼ିଙ୍କ ତୁଳନାରେ ବୟସ୍କ ଲୋକେ ସୋସିଆଲ ସାଇଟ ଅଧିକ ସମୟ ଅତିବାହିତ କରିଥାନ୍ତି। ଅଧିକାଂଶ ଲୋକ ଶଯ୍ୟାତ୍ୟାଗ କରିବା ମାତ୍ରେ ନିଜ ଫୋନ୍‌‌ରେ ଅପେଡଟ୍‌ ଦେଖିଥାନ୍ତି। ସର୍ବପ୍ରଥମେ ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଭାବିତ କରିଥାଏ।
-ଅନ୍ୟପକ୍ଷରେ ସୋସିଆଲ ସାଇଟ୍‌ର ସାଙ୍ଗସାଥିଙ୍କ କାରଣରୁ ଆମ ପରିବାର ସହ ସମୟ କାଟିବାକୁ ଭୁଲିଯାଉଛେ।
-ସର୍ବେକ୍ଷଣରୁ ଜଣାପଡ଼ିଛି, ୧୪% ଲୋକ ସେମାନଙ୍କ ଫୋନ୍‌‌ ବ୍ୟାଟେରି ଲୋ ହେବା ମାତ୍ରେ ବିଚଳିତ ହୋଇଯାନ୍ତି। ଅନ୍ୟମାନଙ୍କ ସହ ​​‌ଯେ‌ାଗାଯୋଗ କିପରି ହେବ, ଏଇ ଚିନ୍ତା​ରେ‌ ସେମାନେ ବ୍ୟତିବ୍ୟସ୍ତ ହୋଇପଡ଼ନ୍ତି। ସ୍ପେନ୍‌ର ଜଣେ ବ୍ୟକ୍ତି ଏକ ଜରୁରୀ କାମ ପାଇଁ ସହର ବାହରକୁ ଯାତ୍ରା କଲେ। ତେବେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ସେଠା ଥଣ୍ଡା ପରିବେଶ କାରଣରୁ ବ୍ୟାଟେରି ଲୋ ହୋଇ ଫୋନ୍ ସୁଇଚ୍ ଅଫ୍ ହୋଇଗଲା। ରାତି ସମୟ ହୋଇଥିବାରୁ ସେ ଘରଲୋକଙ୍କୁ ଯୋଗାଯୋଗ ନ କରିପାରି ତହିଁ ଆରଦିନ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଭାବିଲେ। ଏପାଖେ କିନ୍ତୁ ତାଙ୍କ ପତ୍ନୀ ଓ ମା’ଙ୍କ ଅବସ୍ଥା ଅସମ୍ଭାଳ ହୋଇଥିଲା। ପୁଅର ବୋଧହୁଏ ଦୁର୍ଘଟଣା ହୋଇଗଲା ଭାବି ଚିନ୍ତାରେ ମା’ଙ୍କ ହୃଦ୍‌ଘାତ ହେଲାବେଳେ ପତ୍ନୀଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଆରଦିନ ସକାଳୁ ପଡ଼ୋଶୀମାନେ ଠାବ କଲେ। ସ୍ମାର୍ଟଫୋନ୍‌‌ ଯେ କେତେ ଆବଶ୍ୟକତା, ଏହା ସହଜରେ ଏବେ ଅନୁମେୟ। ଏହି ଖବରଟି କିଛି ମାସ ତଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥିଲା।
-ପୂର୍ବେ ଲୋକେ ଚିଠି ଓ ଟେଲିଗ୍ରାମ୍‌କୁ ଅପେକ୍ଷା କରି ମାସମାସ ରହୁଥିବାବେଳେ ଏବେ କିଛି ଘଣ୍ଟା ଅପେକ୍ଷା କରିପାରୁନାହାନ୍ତି। ଏଇ ସ୍ମାର୍ଟଫୋନ୍ ଓ ତାହାର ଆପ୍ଲିକେସନ୍‌ ସୋସିଆଲ ମିଡିଆ, ଆମ ଦୈନନ୍ଦିନ ଜୀବନରେ କେତେ ଉପକାରୀ, ତାହା ଏବେ ଅନୁମାନ କରିହେଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories