www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟସଭାରେ ପୁଣିଥରେ ଉଠିଲା ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି

ଭୁବନେଶ୍ବର(ସତ୍ୟଜିତ୍ ସାହୁ): ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଭୁଲିଗଲେ କେନ୍ଦ୍ରସରକାର। ଏନେଇ ପୁଣି ରାଜ୍ୟସଭାରେ ଦାବୀ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ। ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଓଡିଶାର ଏହି ପୁରୁଣା ଦାବିକୁ ପୁଣିଥରେ ଗୃହରେ ଉପସ୍ଥାପନ କରିଛନ୍ତି। ପ୍ରତିବର୍ଷ ପ୍ରାକୃତିକ ବପର୍ୟ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ବର୍ତ୍ତମାନ ସୁଦ୍ଧା ୯୮ ଟି ପ୍ରାକୃତିକ ବପର୍ୟ୍ୟୟର ସାମ୍ନା କରିସାରିଲାଣି। ଏହି ପ୍ରାକୃତିକ ବପର୍ୟ୍ୟୟ ଫଳରେ ଓଡିଶାର ମେରୁଦଣ୍ଡ ଭାଙ୍ଗିଯାଉଛି ଯାହା ଫଳରେ ଯେଉଁ ଗତିରେ ଓଡିଶାର ବିକାଶ ହେବାକଥା ତାହା ହୋଇପାରୁନାହିଁ। ଏଣୁ ଓଡିଶା କେନ୍ଦ୍ର ସରକାରଙ୍କୁ ପ୍ରତିବର୍ଷ ଏହି ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରିଆସୁଛି।

ପୁଣିଥରେ ଓଡିଶାର ଏହି ଦାବିକୁ ଦୋହରାଇଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର। ଏନେଇ ସେ ସଂସଦରେ ପ୍ରଭାବୀ ଢଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡ.ପାତ୍ର ସଂସଦରେ କହିଥିଲେ ପ୍ରତିବର୍ଷ ପ୍ରାକୃତିକ ବପର୍ୟ୍ୟୟର ସମ୍ମୁଖୀନ ହେଉଥିବା ଓଡିଶା ସ୍ବତନ୍ତ୍ର ସହାୟତାର ହକଦାର। ସେ କହିଥିଲେ ବିଗତ ୨୦ ବର୍ଷ ମଧ୍ୟରେ ପ୍ରାକୃତିକ ବପର୍ୟ୍ୟୟର କାରଣରୁ ଓଡିଶାକୁ ୭୯.୫ ଆରବ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡିଛି। ଓଡିଶା ସମେତ ଆନ୍ଧ୍ର,ତାମିଲନାଡୁ ଏବଂ କେରଳ ମଧ୍ୟ ପ୍ରାକୃତିକ ବପର୍ୟ୍ୟୟର ସାମ୍ନା କରୁଛନ୍ତି। ଏଣୁ ଏହିରାଜ୍ୟ ମାନଙ୍କୁ ମଧ୍ୟ ସ୍ବିତନ୍ତ୍ର ରାଜ୍ୟପାହ୍ୟା ଦିଆଯାଉ।
ଡ.ପାତ୍ର ଏହା ମଧ୍ୟ କହିଛନ୍ତି ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦିଆଗଲେ ଏହା ପ୍ରାକୃତିକ ବିପର୍ୟ୍ୟସ୍ଥ ରାଜ୍ୟପାଇଁ ଲାଭଦାୟକ ହେବ। କାରଣ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ କେନ୍ଦ୍ର ସରକାର ଦେଉଥିବା କେନ୍ଦ୍ରୀୟ ସମସ୍ତ ସୁବିଧା ମିଳିବା ସହ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରଦେଉଥିବା ପାଣ୍ଠି ୯୦ ପ୍ରତିଶତ ମିଳିବ। ଅର୍ଥାତ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ କେନ୍ଦ୍ରରାଜ୍ୟକୁ ୯୦ ପ୍ରତିଶତ ପାଣ୍ଠି ଦେବ। ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ପାଣ୍ଠିଦେବାକୁ ପଡିବ।

- Advertisement -

ଏଠାରେ ସୂଚନାଯୋଗ୍ୟ ୨୦୧୪ ନିର୍ବାଚନୀ ପ୍ରଚାର ସମୟରେ ଓଡିଶାକୁ ଆସିଥିବା ସେ ସମୟର ବିଜେପି ଅଧ୍ୟକ୍ଷ ରାଜନାଥ ସଂହ ଏହା କହିଥିଲେ ଯେ ଏନଡିଏ ସରକାର ଗଠନ କଲେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ କରାଯିବ। କିନ୍ତୁ ଆଜି ପର୍ୟ୍ୟନ୍ତ ତାଙ୍କ ପ୍ରତିଶ୍ରୁତି ରଖିନାହାନ୍ତି ଏନଡିଏ ସରକାର।

 

କଣ ଏହି ସ୍ବତନ୍ତ୍ର ରାଜ୍ୟପାହ୍ୟା
କୌଣସି ରାଜ୍ୟକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ପାଇଁ ଭାରତର ସମ୍ବିଧାନରେ ସେପରି କୌଣସି ବ୍ୟବସ୍ତା ନାହିଁ କିନ୍ତୁ ଯେଉଁ ରାଜ୍ୟ ସର୍ବଦା ପ୍ରାକୃତିକ ବପର୍ୟ୍ୟୟର ସମ୍ମୁଖୀନ ହେଉଥିବ ଏବଂ ଅନ୍ୟରାଜ୍ୟ ତୁଳନାରେ ବହୁତ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥବ। ସେପରି ରାଜ୍ୟକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ରାଜ୍ୟପାହ୍ୟା ଦେଇ ବିଶେଷ ରୁପେ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏଥିପାଇଁ ରାଷ୍ଟ୍ରୀୟ ବିକାଶ ପରିଷଦ କାର୍ୟ୍ୟକରୁଛି। ଏହା ପୂର୍ବରୁ ଯୋଜନା ଆୟୋଗ ଏବଂ ବର୍ତ୍ତମାନର ନୀତୀ ଆୟୋଗ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି।

କେଉଁ ରାଜ୍ୟକୁ ମିଳେ ସ୍ବତନ୍ତ୍ର ରାଜ୍ୟପାହ୍ୟା
ଯେଉଁରାଜ୍ୟ ଦୁର୍ଗମ ଏବଂ ପାହାଡି ଅଞ୍ଚଳରେ ଥିବ। ଯେଉଁ ରାଜ୍ୟର ଜନସଂଖ୍ୟା କମଥିବ ଏବଂ ସେହିରାଜ୍ୟରେ ଜନଜାତି(ଆଦିବାସି)ଙ୍କ ସଂଖ୍ୟା ଅଧିକ ଥିବ। ମୁଣ୍ଡପିଛା ଆୟ କମଥିବ। ଅନ୍ତରାଷ୍ଟ୍ରୀୟ ସୀମାସହ ଯୋଡିହୋଇଥିବ।

କେଉଁ କେଉଁ ସୁବିଧା ମିଳେ ସ୍ବତନ୍ତ୍ର ରାଜ୍ୟକୁ
ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରାପ୍ତ ରାଜ୍ୟକୁ କେନ୍ଦ୍ରରୁ ଯାହା ସହାୟତା ମିଳିବ ତାହାର ୯୦ ପ୍ରତିଶତ ଅନୁଦାନ ମିଳିବ ଏବଂ ଆଉ ୧୦ ପ୍ରତିଶତ ବିନା ସୁଧରେ ରାଜ୍ୟ ଉପରେ କରଜ ରହିବ। କିନ୍ତୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ବିନା ମିଳୁଥିବା ଅନୁଦାନରେ ୭୦ ପ୍ରତିଶତ ଅନୁଦାନ ଥିବା ସମୟରେ ୩୦ ପ୍ରତିଶତ ରାଜ୍ୟ ଉପରେ ସୁଧ ସହ ରାଜ୍ୟ ଉପରେ କରଜ ରହିଥିାଏ।

କେଉଁ କେଉଁ ରାଜ୍ୟକୁ ମିଳିଛି ସ୍ବତନ୍ତ୍ରରାଜ୍ୟ ପାହ୍ୟ
୧୯୬୯ରେ ପଞ୍ଚମ ଅର୍ଥ ଆୟୋଗର ଗାଡଗିଲ୍ ଫର୍ମୁଲା ଅନୁସାରେ ଆସାମ,ନାଗାଲ୍ୟାଣ୍ଡ,ଜମ୍ମୁ-କାଶ୍ମିରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଖ୍ୟା ମିଳିଥିଲା। ପରେ ଆଉ ୮ ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଆଖ୍ୟା ମିଳିଥିଲା। ସେହିରାଜ୍ୟ ଗୁଡିକ ହେଲେ ଅରୁଣାଚଳ ପ୍ରଦେଶ,ହିମାଚଳ,ମେଘାଳୟ,ମିଜୋରାମ,ତ୍ରିପୁରା ,ଉତ୍ତରାଖଣ୍ଡ,ସିକିମ ଏବଂ ମଣିପୁର।
ବର୍ତ୍ତମାନ ଏହି ସ୍ବତନ୍ତ୍ର ରାଜ୍ୟପାହ୍ୟାକୁ ନେଇ ଓଡିଶା,ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳ ସେମାନଙ୍କ ଦାବି ଉପସ୍ଥାପନ କରୁଛନ୍ତି। ଆନ୍ଧ୍ରମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ମେଣ୍ଟସରକାର ବେଳେ ଏହି ଦାବି ଏନଡିଏ ସରକାରଙ୍କ ପାଖରେ ରଖିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories