www.samajalive.in
Thursday, December 11, 2025
15.1 C
Bhubaneswar

ଛାତ୍ରଙ୍କୁ ଆଣ୍ଠେଇବା ଘଟଣା : ମଦ୍ୟପ ଶିକ୍ଷକଙ୍କୁ ବହିଷ୍କାର କଲେ ଜିଲାପାଳ

ଯାଜପୁର: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିକ୍ଷକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିବା ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ବିଳମ୍ବ ଆସିବା ନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିବାରୁ ଶିକ୍ଷକ ମକରନ୍ଦ ମହନ୍ତ ଛାତ୍ରଛାତ୍ରୀଙ୍କୁ ଏଭଳି ରାସ୍ତାରେ ଆଣ୍ଠେଇ ଦେଇଥିବା ଜଣାପଡିଛି।

ଗତକାଲି ଶିକ୍ଷକ ମକରନ୍ଦ ମଦ୍ୟପାନ କରି ନିଜ ଗାଡି ରାସ୍ତାରେ ପକାଇ ଦେଇ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିଥିଲେ। ତେବେ ବିଳମ୍ବରେ ଆସିବା ନେଇ ଛାତ୍ରଛାତ୍ରୀ ମାନେ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ଏଥିରେ ରାଗି ଯାଇ ନିଶାସକ୍ତ ଶିକ୍ଷକ ମକରନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଏହି ସମୟରେ ଗ୍ରାମବାସୀ ଏହାର ଭିଡିଓ ଉତ୍ତୋଳନ କରି ବିଭାଗୀୟ ଅଧିକାରୀଙ୍କୁ ଅବଗତ ନିମନ୍ତେ ପଠାଇଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ସମ୍ପୃକ୍ତ ଶିକ୍ଷକଙ୍କୁ ବହିଷ୍କାର କରିଛନ୍ତି।

- Advertisement -

ସୂଚନା ମୁତାବକ, ପୂର୍ବରୁ ମଧ୍ୟ ଉକ୍ତ ଶିକ୍ଷକ ଜଣଙ୍କ ଏଭଳି ଅନେକ ଥର ମଦ୍ୟପାନ କରି ବିଦ୍ୟାଳୟ ଆସୁଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ବରମ୍ବାର ଗ୍ରାମବାସୀ ଶିକ୍ଷକଙ୍କୁ ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅନୁରୋଧ କରିଥିଲେ ମଧ୍ୟ ଶିକ୍ଷକଙ୍କ ସ୍ଵଭାବରେ କୌଣସି ପରିବର୍ତ୍ତନ ଆସିନଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories