www.samajalive.in
Thursday, December 11, 2025
15.1 C
Bhubaneswar

କେବେ ସୁଧୁରିବ ସମାଜ, ପଶ୍ଚିମବଙ୍ଗରୁ ମିଳିଲା ଆଉ ଏକ ମହିଳାଙ୍କ ଜଳନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପଶ୍ଚିମବଙ୍ଗ: ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପଶ୍ଚିମବଙ୍ଗରୁ ଆସିଛି ଆଉ ଏକ ଦୁଃଖଦ ଖବର। ପଶ୍ଚିମବଙ୍ଗର ମାଲଦା ଜିଲାର ଏକ ଆମ୍ବ ବଗିଚାରୁ ଜଣେ ଯୁବତୀଙ୍କ ଜଳନ୍ତା ମୃତ ଦେହ ମିଳିବା ପରେ ଆତଙ୍କ ଖେଳିଯାଇଛି। ପୁଲିସ ଅଧିକାରୀଙ୍କ କହିବାକଥା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଉପ ପୁଲିସ ଅଧୀକ୍ଷକ ପ୍ରଶାନ୍ତ ଦେବନାଥ କହିଛନ୍ତି ମୃତଦେହଟି ବହୁ ମାତ୍ରାରେ ଜଳି ଯାଇଥିବାରୁ ପରିଚୟ ଜାଣିବା ମୁସ୍କିଲ ହୋଇପଡିଛି। ଇଂଲିସ ମାର୍କେଟ ପୁଲିସ ଷ୍ଟେସନ ଅନ୍ତର୍ଗତ ଜଣେ ସ୍ଥାନୀୟ ଚାଷୀ ମୃତଦେହ ଟିକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା‌ ପରେ ଡିସିପି ଏବଂ ପୁଲିସ ଅଧିକ୍ଷକ ଆଲୋକ ରାଜରିଆ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ ଅଧିକ୍ଷକ ଆଲୋକ ରାଜରିଆ କହିଛନ୍ତି ପ୍ରାଥମିକ ଯାଞ୍ଚରୁ ଯାହା ଜଣାପଡୁଛି ଯୁବତୀ ଜଣଙ୍କ ବୟସ ପାଖାପାଖି ୨୦ ବର୍ଷ  ହେବ। ଯୁବତୀଙ୍କ ଶରୀରର ଅଧୀକାଶଂ ଭାଗ ପୋଡି ଯାଇଛି। ମୃତଦେହଟିକୁ ପୋଷ୍ଟମଟମ ପାଇଁ ମଲଦା ମେଡିକାଲ କଲେଜକୁ ପଠାଯାଇଛି। ପୁଲିସ ଅଧିକ୍ଷକ ସୂଚନାଦେଇ କହିଛନ୍ତି ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି।
ପୁଲିସ ବିଭାଗର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଯୁବତୀ ଜଣଙ୍କୁ ଦୁଷ୍କର୍ମ ପ‌ରେ ତାଙ୍କ ଗଳା ଚିପି ହତ୍ୟା କରାଯାଇଛି। ହତ୍ୟା କରିବା ପରେ ନିଆଁ ଲଗାଇ ପୋଡି ଦିଆଯାଇଛି। ମୃତଦେହ ନିକଟରୁ ଚପଲ ସହ ଦିଆସିଲ କାଠି ମିଳିଛି।
ସାରା ଦେଶରେ ବଢିଚାଲିଛି ମହିଳାମାନଙ୍କ ଉପରେ ଅତ୍ୟାଚାର। ପଶ୍ଚିମବଙ୍ଗର ଏହି ଘଟଣା ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ହାଇଦ୍ରାବାଦରେ ୨୫ ବର୍ଷୀୟ ପ୍ରାଣୀ ଚିକିତ୍ସକଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଛି। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ପୁଣି ଏହି ଘଟଣା ଆତଙ୍କ ଖେଳାଇଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories