www.samajalive.in
Saturday, December 13, 2025
21.1 C
Bhubaneswar

ଲୋଇସିଂହା : ଶ୍ମଶାନ ଘାଟ ନିର୍ମାଣ ପାଇଁ ମିଳୁ ନାହିଁ ସରକାରୀ ଜମି

ଲୋଇସିଂହା : ଲୋଇସିଂହା ଠାରେ ଶବଦାହ ସକାଶେ ଶ୍ମଶାନ ଜମି ପାଇଁ ଲୋଇସିଂହା ତହସିଲକୁ ଜମି ଯୋଗାଇ ଦେବା ପାଇଁ ବର୍ଷ ବର୍ଷ ସ୍ଥାନୀୟ ତହସିଲଦାରଙ୍କୁ ଗ୍ରାମବାସୀ ଓ ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ଅନୁରୋଧ କରାଯାଇଥିଲେ କୌଣସି ସୁଫଳ ମିଳିପାରୁ ନାହିଁ। ଯାହା ଦ୍ୱାରା ଶବଦାହ ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଆସି ଥିଲେ ମଧ୍ୟ ତାହା ବିନିଯୋଗ ହୋଇ ପାରି ନାହିଁ ଏବଂ ଶବ ଦାହ ପାଇଁ ଗ୍ରାମବାସୀ ମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

ବାରମ୍ବାର ଯୋଗାଯୋଗ ସତ୍ତ୍ବେ ଲୋଇସିଂହା ତହସିଲ ପକ୍ଷରୁ ଶ୍ମଶାନ ପାଇଁ ଜମି  ଯୋଗାଇ ଦିଆ ନ ଯିବାରୁ ଗତ ୨୦୧୬ ରେ ସ୍ଥାନୀୟ ସିନିୟର ସିଟିଜନ ପକ୍ଷରୁ ନିୟମିତ ଭାବରେ ଶବ ଦାହ କରାଯାଉଥିବା କୁଶଙ୍ଗାଇ ନାଳ ପାଖରେ ଥିବା ଏକ ଅନାବାଦି ପଥର ଚଟାଣ ଉପରେ ଶବଦାହ କେନ୍ଦ୍ର ନିର୍ମାଣ ପାଇଁ ଉକ୍ତ ଜମିକୁ ଦିଆଯିବା ସକାଶେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ମାନ୍ୟବର ଅଧ୍ୟକ୍ଷ ତଥା ସ୍ଥାନୀୟ କୋର୍ଟ ମାଜିଷ୍ଟ୍ରେଟ୍‍ ଗ୍ରାମବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ତହସିଲଦାରଙ୍କୁ ପତ୍ର ପଠାଇଥିଲେ। ମାତ୍ର ୩ ବର୍ଷ ବିତି ଯାଇଥିଲେମଧ୍ୟ କୌଣସି ପଦକ୍ଷେପ ନିଆଯିବାତ ଦୂରର କଥା ତହସିଲ ପକ୍ଷରୁ କୌଣସି ସୂଚନା ମଧ୍ୟ ମିଳି ନ ଥିଲା।

- Advertisement -

ଗତ ମାସରେ ଏ ସଂପର୍କରେ ସଭ୍ୟ ବ୍ରଜବନ୍ଧୁ ମିଶ୍ର ତହସିଲଦାରଙ୍କୁ ପୁଣି ଥରେ ଯେଗାଯୋଗ କରିବା ପରେ ଗତ ସପ୍ତାହ ରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଏବଂ ଅତିରିକ୍ତ ତହସିଲଦାର ଉକ୍ତ ସ୍ଥାନକୁ ପରିଦର୍ଶନ କରି ଆସିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନେବା ଭଳି ଜଣା ପଡୁ ନାହିଁ। ରାଜସ୍ୱ ନିରୀକ୍ଷକ ଜମିର ନକ୍ସା ଏବଂ ରିପୋର୍ଟ ମଧ୍ୟ ତହସିଲଦାରଙ୍କୁ ଦେଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ  ଅତିରିକ୍ତ ତହସିଲଦାରଙ୍କୁ  ଯୋଗଯୋଗ କରିବାରେ ଉକ୍ତ ଅନାବାଦୀ ଜମି ପ୍ରଦାନ ପାଇଁ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ। ଶବଦାହ ଜମି ଗ୍ରାମବାସୀ ଙ୍କ ପାଇଁ ଏକ ବଡ ସମସ୍ୟା ହୋଇଥିବା ବେଳେ ବର୍ଷ ବର୍ଷ ଧରି ସ୍ଥାନୀୟ ତହସିଲ ଏହାକୁ ଅଣାଦେଖା କରୁଛି ବୋଲି ଗ୍ରାମବାସୀ ମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଲୋଇସିଂହା ତଥା ଆଖପାଖ ଅଞ୍ଚଳରେ ଏପରିକି ସ୍ଥାନୀୟ ତହସିଲ ଠାରୁ ପ୍ରାୟ ୨ କି.ମି. ପରିଧି ମଧ୍ୟରେ ଥିବା ବହୁ ସରକାରୀ, ସର୍ବସାଧାରଣ, ଗୋଚର ଆଦି ଜମି କେତେକ ପ୍ରଭାବ ଶାଳୀ ବ୍ୟକ୍ତିଙ୍କ ଦ୍ୱାରା ବେଆଇନ ଭାବରେ ପ୍ଳଟିଂ କରି ବିକ୍ରୀ ହୋଇ ଜବର ଦଖଲକାରୀଙ୍କ ହାତ କୁ ଚାଳି ଯାଉଥିବା ଏବଂ ତହସିଲ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଯୋଗୁଁ ସ୍ଥାନୀୟ ତହସିଲ ଅଧିକାରୀ ମାନଙ୍କ ସ୍ୱଚ୍ଛତା ପ୍ରତି ଗ୍ରାମବାସୀ ମାନେ ଅଙ୍ଗୁଳୀ ନିର୍ଦ୍ଦେଶ କରିଛନ୍ତି। ଏହି କାରବାର ପଛରେ ସ୍ଥାନୀୟ ତହସିଲ ଏବଂ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଜ୍ଞାତ ସାରରେ କେତେକ ଦଲାଲଙ୍କର ସକ୍ରୀୟ ଭୂମିକା ରହିଥିବା ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories