www.samajalive.in
Thursday, December 11, 2025
15.1 C
Bhubaneswar

ଚିଦାମ୍ବରମଙ୍କୁ ଜାମିନପରେ କଂଗ୍ରେସ କହିଲା ସତ୍ୟର ଜୟ, ଭଷ୍ଟ୍ରାଚାର ଉତ୍ସବ ପାଳନ କରୁଛନ୍ତି ବିରୋଧୀ: ବିଜେପି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଚିଦାମ୍ବରମଙ୍କୁ ଜାମିନ ମିଳିବା ପରେ କଂଗ୍ରେସ କହିଛି ପରିଶେଷରେ ସତ୍ୟର ଜୟ ହୋଇଛି। କଂଗ୍ରେସ ଦଳ ତାର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସତ୍ୟର ଜୟ ଲେଖି ପୋଷ୍ଟ କରିଛି। ଚିଦାମ୍ବରମ ପୁଅ ତଥା କଂଗ୍ରେସ ସାଂସଦ କିର୍ତ୍ତୀ ତାଙ୍କ ପିତାଙ୍କ ଜାମିନ ମିଳିବା ପରେ ଖୁସିବ୍ୟକ୍ତ କରି କହିଛନ୍ତି ଶେଷରେ ୧୦୫ ଦିନ ପରେ ଜାମିନ ମିଳିଛି। କଂଗ୍ରେସ ବରିଷ୍ଠ ନେତା ଶଶି ଥରୁର କହିଛନ୍ତି ଚିଦାମ୍ବରମଙ୍କ ପ୍ରତି ଅନ୍ୟାୟ ହୋଇଛି। ତାଙ୍କୁ ଆଗରୁ ଜାମିନ ମିଳିବାର ଥିଲା। ଆର. ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ପୂର୍ବରୁ ସିବିଆଇ ରୁଜୁ କରିଥିବା ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଥିଲା। କିନ୍ତୁ ଏହା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା। ଗତ ଅକ୍ଟୋବର ୧୭ରୁ ସେ ଇଡି ହାଜତରେ ରହିଥିଲେ। ଦୁଇଟି ଯାକ ମାମଲାରେ ଜାମିନ ମିଳିଯାଇଥିବାରୁ ଚିଦାମ୍ବରମ ଏବେ ଜେଲରୁ ମୁକୁଳିଯାଇଛନ୍ତି।


କଂଗ୍ରେସ ଭଷ୍ଟ୍ରାଚାରର ଉତ୍ସବ ପାଳନ କରୁଛି: ବିଜେପି
ବିଜେପି ପୂର୍ବତନ କେନ୍ଦ୍ରଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିବା ପରେ କହିଛି ଚିଦାମ୍ବରମ ଜେଲ୍ ରୁ ଜାମିନରେ ଆସିଥିବା କଂଗ୍ରେସନେତାଙ୍କ କ୍ଲବରେ ସାମିଲ ହୋଇଯାଇଛନ୍ତି। କିନ୍ତୁ ଚିଦାମ୍ବରମଙ୍କୁ ଜାମିନ ମିଳିବାପରେ କଂଗ୍ରେସ ଯେଉଁ ଖୁସିର ଉତ୍ସବ ପାଳନ କରୁଛି ତାହା ଭଷ୍ଟ୍ରାଚାରର ଉତ୍ସବ ପାଳନର ଏକ ଉଦାହରଣ। ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର ତାଙ୍କ ଟ୍ବିଟ୍ ରେ କହିଛନ୍ତି ଚିଦାମ୍ବରମଙ୍କ ଜାମିନ ପରେ କଂଗ୍ରେସର ଖୁସି ଭଷ୍ଟ୍ରାଚାର ଉତ୍ସବ ପାଳନର ଏକ ଉଦାହରଣ। ଚିଦାମ୍ବରମ ଯେଉଁ ଜେଲରୁ ଜାମିନରେ ଫେରନ୍ତା ଗ୍ରୁପରେ ସାମିଲ ଅଛନ୍ତି ସେହି କ୍ଲବରେ ସୋନିଆ ଗାନ୍ଧୀ,ରାହୁଲ ଗାନ୍ଧୀ,ରବଟ ଭଦ୍ରା,ମୋତିଲାଲ ବୋରା ଏବଂ ଶଶି ଥରୁର ସାମିଲ ଅଛନ୍ତି।

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories