www.samajalive.in
Monday, December 8, 2025
24.1 C
Bhubaneswar

ବରଫ ତଳେ ଚାପି ହୋଇଗଲେ ୮ ଯବାନ; ଜଣେ ଶହୀଦ, ୩ ନିଖୋଜ

ଜାମ୍ମୁ: ଉତ୍ତର କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଭିନ୍ନ ଭିନ୍ନ ୨ଟି ସ୍ଥାନରେ ହିମସ୍ଖଳନ ଘଟି ଜଣେ ଯବାନଙ୍କ ଶହୀଦ ହୋଇଥିବାବେଳେ ଅନ୍ୟ ୩ ଜଣ ନିଖୋଜ ହୋଇଯାଇଛନ୍ତି। ୪ ଜଣ ଯବାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଖୋଜ ଥିବା ୩ ଯବାନଙ୍କ ପତ୍ତା ଲଗାଇବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

ସେନାର ସୂଚନା ଅନୁସାରେ, କୁପୱାଡ଼ା ଜିଲାର କରନାହ ସେକ୍ଟରର ନିୟନ୍ତ୍ରଣ ରେଖା ନିକଟ ଇଗଲ ପୋଷ୍ଟରେ ମଙ୍ଗଳବାର ହିମସ୍ଖଳନ ହୋଇଥିଲା। ଫଳରେ ବରଫ ତଳେ ୨ଟି ଜାଟ୍‌ ରେଜିମେଣ୍ଟର ୪ ଜଣ ଯବାନ ଫସିଯାଇଥିଲେ। ତୁରନ୍ତ ନିକଟରେ ଥିବା ଅନ୍ୟ ଶିବିରର ଯବାନମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ସହିତ ପ୍ରଶିକ୍ଷିତ ଯବାନ ଏବଂ ହେଲିକପ୍ଟର ସହାୟତାରେ ଯବାନଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେଶନ ଚାଲିଥିବାବେଳେ ଜଣେ ଯବାନଙ୍କ ମୃତଦେହ ମିଳିଥିଲାବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଉ ୨ ଯବାନଙ୍କ ସନ୍ଧାନ ମିଳି ନ ଥିଲା।

- Advertisement -

ସେହିପରି ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରର ବଖତୁର ଅଞ୍ଚଳରେ ବରଫ ଝଡ଼ ଯୋଗୁ ୪ ଯବାନ ଗଭୀର ଖାଲ ଭିତରେ ଖସିପଡ଼ିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଅନ୍ୟ ଜଣେ ଯବାନ ନିଖୋଜ ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସେନା ପକ୍ଷରୁ କୁହାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories